Breaking News

ଶିକ୍ଷକ ଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ସହିତ ପରିଚାଳନା କମିଟି ଧାରଣା

The idea of ​​a steering committee with the villagers demanding the cancellation of the transfer of teachers
ବରଗଡ଼ ----ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିନଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୨୬୦ ଜଣ ଛାତ୍ରଛାତ୍ରୀ ଙ୍କ ପାଇଁ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିଲେ । ସେମାନଙ୍କ ମଧ୍ୟରୁ ଅତିଶ ଝାଙ୍କର ଙ୍କୁ ଅନ୍ୟତ୍ର ବଦଳି ହୋଇଥିଲା। ଏହା ଜାଣି ପାରି ଶିକ୍ଷା କମିଟି ସଭାପତି ରମେଶ ଚନ୍ଦ୍ର ବଢେଇ ଙ୍କ ନେତୃତ୍ବରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତି ରେ କାର୍ଯ୍ୟାଳୟରେ ବଦଳି ବାତିଲ କରିବାକୁ ଦରଖାସ୍ତ ଦେଇଥିଲେ। ସୋମବାର ଦିନ ବଦଳି କରୁଥିବା ଜାଣି ଶିକ୍ଷା କମିଟି ର ସଭାପତି ରମେଶ ଚନ୍ଦ୍ର ବଢେଇ, ପୂର୍ବତନ ସରପଞ୍ଚ ମକରଧ୍ବଜ ଭୋଇ, ପ୍ରକାଶ ପ୍ରଧାନ, ଭରତ ଚନ୍ଦ୍ର ପ୍ରଧାନ, ରାଜେଶ ବଢେଇ, ବୃନ୍ଦାବନ ସାହୁ, ଅକ୍ଷୟ ବଢେଇ, ଲକ୍ଷ୍ମୀ ମେହେର ଓ ଗ୍ରାମବାସୀ ଆସି ବିଦ୍ୟାଳୟ ର ଗେଟ ଠାରେ ତାଲା ପକାଇ ଭିତରକୁ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କାହାକୁ ଛାଡି ନଥିଲେ। ପ୍ରଧାନ ଶିକ୍ଷକ ମଧୂସୁଦନ ବାରିକ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। କାର୍ଯ୍ୟାଳୟ ତରଫରୁ ବର୍ତ୍ତମାନ ପାଇଁ ଶିକ୍ଷକ ବଦଳି ବନ୍ଦ ରହିଲା ବୋଲି କହିଥିଲେ । ଅନ୍ୟ ଶିକ୍ଷକ ଦେଲେ ବଦଳି ହେବ। ବର୍ତମାନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ଏମ ଡି ଏମ ରନ୍ଧା ଖାଦ୍ୟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଶିକ୍ଷା କମିଟି ଓ ଅଭିଭାବକ ମାନେ ଧାରଣାରୁ ଉଠିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୭/୨୦୨୨---୬,୩୫ Sakhigopal News,12/7/2022

Blog Archive

Popular Posts