Breaking News

ନଅଦିନ ପରେ ପୋଡ ପିଠାଖାଇ ନିଜ ମନ୍ଦିରକୁ ଫେରିଲେ ଠାକୁର ଅଜା ସିଦ୍ଧବଳରାମ


Nine days later, Thakur Aja Siddhabalram returned to his temple with a cake


ସାକ୍ଷୀଗୋପାଳ---- ଚନ୍ଦନ ମଣ୍ଡପରେ ନଅଦିନ ଅବସ୍ଥାନ ପରେ ଠାକୁର ଅଜା ସିଦ୍ଧ ବଳରାମ ଶନିବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ଅପରାହ୍ନରେ ଚନ୍ଦନ ମଣ୍ଡପରୁ ବକୁଳବନ ସ୍ଥିତ ନିଜ ମନ୍ଦିରକୁ ରଥରେ ଫେରିଯାଇଛନ୍ତି ସିଦ୍ଦବଳରାମ । ଚନ୍ଦନ ମଣ୍ଡପରେ ନଅ ଦିନ ଧରି ଆଖପାଖ ଗ୍ରାମ ଗୁଡିକର ଲୋକେ ଶ୍ରଦ୍ଧାରେ ଅଜାଙ୍କ ନିକଟରେ ବାଳଭୋଗ ସହ ସଙ୍କୁଡି ଭୋଗ ଲଗାଇଥିଲେ । ପ୍ରତିଦିନ ଠାକୁରଙ୍କୁ ଘିଅ ଅନ୍ନ, ଖେଚୁଡି, କାନିକା, ଡାଲମା, ଖଟା, ମିଠାଡାଲି, ବେସର, ମହୁର, ସାଗ, ଖିରୀ, ଆଳୁପୋଟଳ ଆଦି ନାନା ବ୍ୟଞ୍ଜନ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ କରି ଅର୍ପଣ କରିଥିଲେ । ବାହୁଡା ଦିନ ଅପରାହ୍ନରେ ସେବାୟତ ମାନଙ୍କ ପକ୍ଷରୁ ଚକାଛାଡ ଖେଚୁଡି ଠାକୁରଙ୍କ ପାଖରେ ଭୋଗ ଲାଗାଯିବା ପରେ  ମଙ୍ଗଳାର୍ପଣ, ଆଳତୀ ପରେ ଛେରା ପହଁରା କରାଯାଇ ଠାକୁରଙ୍କୁ ସୋମନାଥ ମହାପାତ୍ର, ବୃନ୍ଦାବନ ମହାପାତ୍ର, ଲେକନାଥ ମହାପାତ୍ର,  କେଶବ ଚନ୍ଦ୍ର ମହାପାତ୍ର,  ରାଧାନାଥ ମହାପାତ୍ର ଓ ଚନ୍ଦ୍ରଶେଖର ମହାପାତ୍ର ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଇଥିଲେ । ଘଣ୍ଟ, କାହାଳୀ.ତେଲିଙ୍ଗିବାଦ୍ୟ ଓ ହରିବୋଲ ଧ୍ୱନିଦେଇ ନାତି ସଦୃଶ୍ୟ  ବଡ, ଛୋଟ ପିଲାମାନେ  ଅଜାଙ୍କ ରଥକୁ ଶ୍ରଦ୍ଧାର ସହକାରେ ଚନ୍ଦନ ମଣ୍ଡପରୁ ବକୁଳବନ ଅଜାଙ୍କ ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ । ପରମ୍ପରାକ୍ରମେ ରଥ ମାଉସୀ ମା ଘର ଭାବରେ ପ୍ରଚଳିତ ମହାସୁଆର ଦାସରଥି ଖୁଣ୍ଟିଆଙ୍କ ଘର ନିକଟରେ ଅଟକିଥିଲା । ମହାସୁଆର ଙ୍କ ଘରେ କୁଳବଧୁ ମାନେ ପ୍ରସ୍ତୁତ କରିଥିବା  ପୋଡପିଠା ଭୋଗ ଠାକୁରଙ୍କୁ ଅର୍ପଣ କରିଥେôଲା ।  ସେହିପରି ରଥ ଯିବା ସମୟରେ ବାଟରେ ବିଭିନ୍ନ ପରିବାର ପକ୍ଷରୁ ଠାକୁରଙ୍କୁ  ପାଚିଲା କଦଳୀ, ପଣସ, ଆମ୍ବ ଓ ବିଭିନ୍ନ ଫଳମୂଳ ଭୋଗ ଲଗାଇଥିଲେ । ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିର କୁ ନିଆଯିବା ପରେ ରାତ୍ର କାଳୀନ ଦେବ ନୀତି ଅନୁଷ୍ଠିତ ହୋଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୭/୨୦୨୨---୬,୧୫    

  Sakhigopal News , 9/7/2022

Popular Posts