Breaking News

ସତ୍ୟବାଦୀରେ ବିଭିନ୍ନ ବିଦ୍ୟାଳୟରେ 73ତମ ବନମହୋତ୍ସବ ପାଳିତ


Satyavadi celebrates its 73rd forest festival in various schoolsସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ପ୍ରଧାନଙ୍କ ତତ୍ୱବଧାନରେ ୭୩ତମ ବନ ମହୋତ୍ସବ ପାଳନ ସହିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଫୁଲ କୁମାର ମୁଦୁଲି, ଶିକ୍ଷୟତ୍ରୀ ନିରୋଜିନି ସାହୁ ପ୍ରମୁଖ ଯୋଗ ଦେଇ ଆଜିର ଦିନରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାର ଯନ୍ତ୍ରନେବା ବର୍ତ୍ତମାନ ଆବଶ୍ୟକତା ଆସିଯାଇଛି ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ନଡିଆ, ଗୁଆ, ବଉଳ ସହିତ ବିଭିନ୍ନ ଫୁଲ ଗଛ ଚାରା ରୋପଣ କରାଯାଇଥିଲା ।

ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ସତ୍ୟବାଦୀ ଦାଶ ଓ କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ ପିଲାମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବଉଳ , ଆମ୍ବ, ସହିତ ବିଭିନ୍ନ ଫୁଲ ଗଛ ଚାରା ଲଗାଇ ୭୩ ବନମହୋତ୍ସବ ପାଳନ କରିଥିଲେ । ବିଶେଷ କରି ବିଦ୍ୟାଳୟ ପରିସରରେ ଥିବା ସେହି ପଣସ, ଆମ୍ବ, ଛୁରିଆନା, ବଉଳ ଓ ଛତିଆଆମ୍ବା ଗଛ ବହୁ ଶିଘ୍ର ରୋପଣ କରାଯିବ ବୋଲି ଶିକ୍ଷକ ସତ୍ୟବାଦୀ ଦାଶ କହିଛନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୭/୨୦୨୨----୪,୪୦

 Sakhigopal News, 8/7/2022

Popular Posts