ବିଜେପିର ଜିଲ୍ଲାସ୍ତରୀୟ ୪ର୍ଥ ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
BJP's district level 4th extended executive meeting
ସାକ୍ଷୀଗୋପାଳ-----; ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ଦଳ ପକ୍ଷରୁ ୪ର୍ଥ ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର, ରବି ମଲ୍ଲିକ, ଶଙ୍କର ପରିଡା ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବରିୟାରସିଂ ଓ ସୁରଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ବିଶେଷ କରି ପୁରୀ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ଶତାଧିକ ସରପଞ୍ଚ ଓ ସମିତିସଭ୍ୟ ସହିତ ୩ଗୋଟି ଜିଲ୍ଲାପରିଷଦ ଓ କଣାସ ବ୍ଳକ ବିଜେପି ହାତରେ ରହିଛି । ବିଶେଷ କରି୨୦୨୪ ବର୍ଷ ପାଇଁ ଏବେ ଠାରୁ ଏକ ହୋଇ କାମ କରିଲେ ଆମେ ନିଶ୍ଚୟ ପୁରୀ ଜିଲ୍ଲାରେ ସମସ୍ତ ବିଧାୟକ ପଦରେ ବିଜୟୀ ହୋଇ ପାରିବା ବୋଲି ଅତିଥି ମାନେ ଯୋଗ ଦେଇଥିବା ବିଭିନ୍ନ ବ୍ଳକରୁ ପ୍ରାୟ ୫ଶହରୁ ଅଧିକ କର୍ମୀ ମାନଙ୍କୁ ଗୁରୁମନ୍ତ୍ ପ୍ରଦାନ କରିଥିଲେ । ନବ ନିର୍ବାଚିତ ଜିଲ୍ଲାପରିଷଦ, ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୨--୮,୩୦ Sakhigopal News , 12/7/2022