Breaking News

ଶିଶୁ ପାଇଁ ଦିନଟିଏ ଓ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଦାୟତ୍ୱ ଓ ଭୂମିକା ସମ୍ବନ୍ଦୀୟ ପ୍ରଶିକ୍ଷଣ ଶିବିର

A day for children and a training camp on the responsibilities and roles of child protection committee members.


ସାକ୍ଷୀଗୋପାଳ---- ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଦାୟତ୍ୱ ଓ ଭୂମିକା ସମ୍ବନ୍ଦୀୟ ପ୍ରଶିକ୍ଷଣ ଶିବିର  ଓ ଶିଶୁ ପାଇଁ ଦିନଟିଏ ସତ୍ୟବାଦୀ  ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଡିଓ ତଥା ଶିଶୁ ସୁରକ୍ଷା କମିଟିର ସମ୍ପାଦକ  କ୍ଷୀରୋଦ କୁମାର ବେହେରା ଶିଶୁ ପାଇଁ ଦିନଟିଏ ଓ ଶିଶୁ ସୁରକ୍ଷା ସମ୍ବନ୍ଦୀୟ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିଶୁ ସୁରକ୍ଷା କମିଟିର ସଭାପତି ତଥା ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ବାଲ୍ୟ ବିବାହ ରୋକିବା ବା ଜଣେ ଶିଶୁର ତାର ଅଧିକାର କ୍ଷ୍ଣର୍ଣ୍ଣ ହେଉଛି ଜାଣି ବିରୋଧ କରିବା ପରେ ରାଜନୈତିକ ବା ପ୍ରଶାସନିକ ଚାପରେ ଉକ୍ତ କେସକୁ ଚପାଇ ନ ଦିଆଯାଉ ବୋଲି କହିଥିଲେ ।  ପଞ୍ଚାୟତରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସହିତ ଶିଶୁ ଶ୍ରମିକ ରୋକିବା ପାଇଁ ସମସ୍ତ ନିୟମ ରହିଥିବା ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ । ଆମେ ସମସ୍ତେ ମିଶିକି ଏହି ଦିଗରେ କାମ କରି ପାରିଲେ ନିଶ୍ଚିତ ଭାବେ ଆମ ବ୍ଳକ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବାରେ ସଫଳ ହେବା ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଏକନମ୍ବର ହୋଇ ପାରିବା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ରମା ଶଙ୍କର ପାତ୍ର, ଜିଲ୍ଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଥିଲେ ଶିଶୁ ସମ୍ବନ୍ଦୀୟ କୌଣସି ଅଭିଯୋଗ ଆସିଲେ ନିଶ୍ଚିତ ରୂପେ ଜିଲ୍ଲାସ୍ତରରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାରେ କହିଥିଲେ । । ବିଶେଷ କରି ସତ୍ୟବାଦୀ ବ୍ଳକକୁ ଶିଶୁ ସୁରକ୍ଷା, ବାଲ୍ୟ ବିବାହରୁ ମୁକ୍ତ ବ୍ଳକ କରିବା ପାଇଁ ସତ୍ୟବାଦୀ ସିଡିପିଓ ରାଜଲକ୍ଷ୍ମୀ ଦାଶ ସମସ୍ତଙ୍କୁ ନିବେଦନ କରିବା ସହ  ସମସ୍ତେ ଏକ ଶପଥ ପାଠ କରିଥିଲେ ।  ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା ତାଙ୍କ ପଞ୍ଚାୟତରେ ବାଲ୍ୟ ବିବାହ ରୋକିବାରେ କିପରି ସଫଳ ହୋଇଛନ୍ତି ତାହା ବଖାଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ବୀଣାପାଣି ମିଶ୍ର, ପଙ୍କଜ ଷଡଙ୍ଗୀ, ରାଜ ବଲ୍ଲବ ମିଶ୍ର, ଏବିଡିଓ ଅରକ୍ଷିତ ପ୍ରଧାନ , ବ୍ଳକ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀଲକ୍ଷ୍ମୀ ବେହେରା,  ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମିତା ନାଗ, ପିୟୁସ ମୟୀ ପଣ୍ଡା, ରାଧାରାଣୀ ଦାସ, ବବିତା ସ୍ୱାଇଁ ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।  


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୮/୨୦୨୨---୫,୪୦    

 Sakhigopal News, 1/8/2022

Blog Archive

Popular Posts