Breaking News

ବସ୍ ସହିତ ମଟର ସାଇକେଲ ଧକ୍କା, ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ

 
 ସାକ୍ଷୀଗୋପାଳ --- ଶନିବାର ରାତି ୭,୪୫  ସମୟରେ ୩୧୬ନଂ ଜାତୀୟ ରାଜପଥର କଲେଜ ଛକ ନିକଟରେ ଯାତ୍ରୀ ବାହି ବସ ସହିତ ଏକ ମୋଟର ସାଇକେଲ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳରେ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ବସ ଓ ମୋଟର ସାଇକେଲ ଜବତ କରିଛି.।  ମୃତକର ପରିଚୟ ହେଲା ଲଷ୍ମୀଧର ରାଉତ(୫୫)ପିତା-କୁମର ରାଉତ ସାକିନ-ନରୁଡ଼ା, ବଳଙ୍ଗା ଥାନା, ପୁରୀ ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି।୧୪/୯/୨୦୨୫---୧୧,୪୫ Sakhigopal News,14/9/2025

Blog Archive

Popular Posts