Breaking News

ବିଶିଷ୍ଟ ବ୍ଯବସାୟୀ ତଥା ସମାଜସେବୀ ରାଧାକାନ୍ତ ମେହେରଙ୍କ ଅକାଳ ମୃତ୍ୟୁ

The untimely death of Radhakant Meher, a prominent businessman and social worker.
 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଭୋଇପାଲି ଗ୍ରାମ ର ବିଶିଷ୍ଟ ବ୍ଯବସାୟୀ ତଥା ସମାଜସେବୀ ରାଧାକାନ୍ତ ମେହେରଙ୍କ ଆଜି ସକାଳ ୭ଟା ସମୟରେ ଦେହାନ୍ତ ହୋଇଯାଇଛି । ଝରାପାଲି ମାର୍କେଟ ଠାରେ ବିନ୍ଧ୍ୟବାସିନୀ ବସ୍ତ୍ରାଳୟ ର ପ୍ରତିଷ୍ଠାତା ଅଟନ୍ତି। ସେ ଜଣେ ପରୋପକାରୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ ନିଜସ୍ବ ପାଣ୍ଠି ରୁ ଯାତ୍ରୀ ମାନଙ୍କ ବିଶ୍ରାମଗାର, ମନ୍ଦିର, ବିଦ୍ୟାଳୟ ର ଗୃହ ଓ ଅନେକ୍ ଜନହିତକର କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ବିଯୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁସଜା ନିକଟରେ ଭାଇ ଡକ୍ଟର ସୁରେନ୍ଦ୍ର କୁମାର ମେହେର ଓ ପୁତୁରା ଅମୀୟ, ଅଜୟ, ପ୍ରତାପ, ପ୍ରଦୀପ, ବିକାଶ ଓ ପୁତୁରା ବଧୂ, ନାତି, ନାତୁଣୀ ମାନେ ଉପସ୍ଥିତ ରହିଥିଲେ। ତାଙ୍କ ର ଶେଷ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଶବଧାରାରେ ସାମିଲ ହୋଇଥିଲେ। ତାଙ୍କ ପୁତୁରା ଅମୀୟ କୁମାର ମେହେର ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୩/୨୦୨୨---୯,୧୦ Sakhigopal News,8/3/2022

Blog Archive

Popular Posts