Breaking News

ବାଇକ୍ ଦୁର୍ଘଟଣା ରେ ଆହତ ଯୁବକଙ୍କର ମ୍ରୁତ୍ୟୁ

Young man injured in bike accident


ଓଡ଼ଗାଁ:- ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ-ନୟାଗଡ ସଡକ ପଥରେ ନନ୍ଦିଘୋର ନେଳିଆ ସାହି ରେ ଘଟିଥିବା ବାଇକ୍ ଦୁର୍ଘଟଣା ରେ ଗତକାଲି ଜଣଙ୍କର ମ୍ରୁତ୍ୟୁ ଘଟିଥିବା ବେଳେ ଆଜି ଭୋର୍ ସମୟରେ ଆହତ ଯୁବକ(ବିକାଶ ମହାପାତ୍ର ଓରଫ ହାପି(୨୪))ଙ୍କ ମ୍ରୁତ୍ୟୁ ଘଟିଛି। 
       ଗତକାଲି ରାତି ୧୦ ରେ ବାଇକ୍ ଦୁର୍ଘଟଣା ପରେ ଉଭୟ ଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲ ରେ ଡାକ୍ତର ଓଡ଼ଗାଁ ବନମାଳୀ ଦୋରାଙ୍କ ପୁଅ ରଶ୍ମି ରଞ୍ଜନ ଦୋରା (୨୫) ଙ୍କୁ ମ୍ରୁତ ଘୋଷଣା କରିଥିଲେ ଏବଂ ଆହତ  ହାପିଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ଵର ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । 
         ସୂଚନା ଯେ, ଗତକାଲି ରାତି ଘଟିଥିବା ଏହି ବାଇକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ଟି ଧକ୍କା ହୋଇଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଥିବା ବେଳେ, ଏକ କଦମ୍ବ ଗଛ ଉପୁଡି ପଡିଥିଲା। ଦ୍ରୁତ ବାଇକ ଚାଳନା ଏହି ସବୁ ଘଟଣାର ମୁଖ୍ଯ କାରଣ ବୋଲି ଲୋକମାନେ କହନ୍ତି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୮/୩/୨୨

Blog Archive

Popular Posts