Breaking News

ବିଦ୍ୟୁତ ଦେୟ ଆଦାୟ ବେଳେ ମୋବାଇଲି ଭାଙ୍ଗିଦେଲେ ଯୁବକ

The young man broke his mobile phone while collecting electricity bills

 ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଟାଟା ପାୱାର କମ୍ପାନୀର ବିଦ୍ୟୁତ ଦେୟ ବିଲ ଆଦାୟ କରୁଥିବା ବେଳେ ସୌମ୍ୟ ରଞ୍ଜନ ପଣ୍ଡାଙ୍କୁ ଜୀବନରେ ମାରିଦେବାର ଧମକ ଦେବା ସହ କମ୍ପାନୀ ଦେଇଥିବା ମୋବାଇଲି ଯୁବକ ଭାଙ୍ଗି ଦେଲେ ବୋଲି ସତ୍ୟବାଦୀ ଥାନାରେ ସେ ଅଭିଯୋଗ କରିଛନ୍ତି । ମାର୍ଚ୍ଚ ମାସ ଯୋଗୁ ବାକିଆ ପଇସା ସହିତ ନଗଦ ବିଲ ଆଦାୟ କରାଯାଉଛି । ଟାଟା ପାୱାର କମ୍ପାନୀର କର୍ମଚାରୀ ଶ୍ରୀ ପଣ୍ଡା ଇନ୍ଦିପୁର ଗ୍ରାମର ବାନାମ୍ବର ସେନାପତିଙ୍କ ଘରୁ ବିଦ୍ୟୁତ ଦେୟ ଆଦାୟ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପୁଅଶ୍ରୀଧର ସେନାପତି ଶ୍ରୀ ପଣ୍ଡାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରାଗରେ ଶୀଧର ଶ୍ରୀ ପଣ୍ଡଙ୍କ ମୋବାଇଲିକୁ ଆଣି ଦାଣ୍ଡରେ ପିଙ୍ଗି ଦେବାରୁ ତାହା ଭାଙ୍ଗି ଯିବା ସହ ସେଥିରେ ଥିବା ସମସ୍ତ କମ୍ପାନୀର ତଥ୍ୟ ନଷ୍ଟ ହୋଇଯାଇଛି । ଏବଂ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ଶ୍ରୀ ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ୭୨/୨୦୨୨ରେ ଏକ କେସରୁଜ କରାଯାଇ ଏ.ଏସ.ଆଇ କୃଷ୍ଣଚନ୍ଦ୍ର ବେହେରା ତଦନ୍ତ ଜାରି ରଖିଛନ୍ତି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୩/୨୦୨୨---୬,୦୫ 

 Sakhigopal News,8/3/2022

Blog Archive

Popular Posts