Breaking News

ଥୁଆପାଲି ବାବାବିଶ୍ଵନାଥ ମନ୍ଦିର ଠାରେ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି

 Mass rites have been held at the Thuapali Bababishwanath Temple
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ, ଥୁଆପାଲି ଠାରେ ମହାଶିବରାତ୍ରି ଉପଲକ୍ଷେ  ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୧ ଜଣ ନବବଟୁ ମାନଙ୍କୁ ବ୍ରତୋପନୟନ କରାଯାଇଥିଲା । ୧୯୯୬ ମସିହା ରୁ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ତାଙ୍କ ପଦାଙ୍କ ଅନୁସରଣ କରି ପରିବାର ମୁଖ୍ୟ କୈଳାଶ ଅଗ୍ରୱାଲ ଓ ପରିବାର ସମସ୍ତ ସଦସ୍ୟ ମାନେ ଏହି ମହାଶିବରାତ୍ରି ଦିନ ବ୍ରତୋପନୟନ କାର୍ଯ୍ୟ କରି ଆସୁଛନ୍ତି। ଏଥିରେ ମୁଖ୍ୟ ପଣ୍ଡିତ ଦୁଖିଶ୍ଯାମ ମିଶ୍ର ସମେତ ସଂଜୀବ କୁମାର ତ୍ରିପାଠୀ, ମାଧବାନନ୍ଦ ମହାପାତ୍ର ଓ ଭୀଷ୍ମ ଦେବ ପୂଝାରୀ ସମସ୍ତ ପୂଜାର୍ଚ୍ଚନା କରିଥିଲେ। ଏଥିରେ ସମସ୍ତ ଶ୍ରଦ୍ଧାଳୁ, ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୩/୨୦୨୨---୯,୧୦ 
 Sakhigopal News,1/3/2022

Blog Archive

Popular Posts