ଶିବରାତ୍ର ଉପଲକ୍ଷେ ବାଲୁଙ୍କେଶ୍ୱର ମନ୍ଦିରରେ ଦୀପଯଜ୍ଞ
Lighting at the Balunkeshwar Temple on the occasion of Shivratra
ଭଞ୍ଜନଗର-- କୁଲାଡ ନିକଟ ଧନଞ୍ଜୟପୁର ଶାସନ ଗ୍ରାମରେ ଥିବା ବାଲୁଙ୍କେଶ୍ୱର ମନ୍ଧିରରେ ମହାଶିବରାତ୍ର ଉପଲକ୍ଷେ ଦୀପଦାନ ଯଜ୍ଞ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବକୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜମହାବିଦ୍ୟଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଉଘାର୍ଟନ କରିଥିବା ବେଳେ ସମ୍ନାନନୀୟ ଅତିଥି ଭାବେ କ୍ଷତ୍ରିୟବରପୁର କଲେଜ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।ମନ୍ଦିର ପରିଚାଳକ ମକଦ୍ଦମ ବୈଷ୍ଣବ ଦାଶ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧନଞ୍ଜୟପୁର ଶାସନର ଯୁବକ ସଂଘ ସହଯୋଗ କରି ଥିଲେ। ଆଖପାଖ ଗ୍ରାମରୁ ବହୁ ସଂଖ୍ୟରେ ଶ୍ରଦ୍ଧାଳୁ ଯୋଗଦେଇଦୀପଦାନ କରିଥିଲେ । କିଛି ସମୟ ଧରି ମନ୍ଦିର ପରିସର ମଧ୍ୟରେ ଏକ ଆାଧ୍ୟାମିକ ବାତାବରଣ ଦେଖିବାକୁ ମିଳିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୨----୯,୧୦ Sakhigopal News,1/3/2022