Breaking News

ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନରେ ବିଜେଡିର କ୍ଲିନ ସ୍ୱିପ, ଜଟଣୀ: ବିଜୟୀ ଜିଲାପରିଷଦ, ସରପଞ୍ଚ ଓ ସମିତସଭ୍ୟ


BJD's clean sweep in three-tier panchayat elections, Jatani: winning district council, sarpanch and committee members
 ଜଟଣୀ,---- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନଲାଗି ଚଳିତ ୨୪ ତାରିଖରେ ଜଟଣୀବ୍ଲକର ୨ଟି ଜିଲାପରିଷଦ ଜୋନ ସହିତ ସମିତିସଭ୍ୟ,ସରପଞ୍ଚ ଓ ୱାର୍ଡସଭ୍ୟଲାଗି ମତଦାନ ହୋଇଥିଲା । ଜଟଣୀ ନିର୍ବାଚନ ମଣ୍ଡଳୀ ୭ ଓ ୮ନଂ ଜୋନ ଆସନପାଇଁ ହୋଇଥିବା ମତଦାନର ଫଳାଫଳା ଘୋଷଣା ହୋଇଥିଲା  । ଏଥିରେ ବିଜେଡିର କ୍ଲିନ ସ୍ୱିପ ହୋଇଛି । ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ରହିଥିବା ୭ ଓ ୮ନଂ ଜୋନ ମଧ୍ୟରୁ ଶନିବାର ପ୍ରଥମ ପର୍ଯ୍ୟାୟରେ ୭ନଂ ଜୋନ ଅଧିନରେ ରହିଥିବା ପଞ୍ଚୟତ ଗୁଡିକର ୮ଟି ପଞ୍ଚାୟତର ସମିତିସଭ୍ୟ,ସରପଞ୍ଚ ଓ ୱାର୍ଡସଭ୍ୟଲାଗି ହୋଇଥିବା ମତ ଗଣନା ହୋଇଥିଲା । 

ଏଥିରେ ବିଜେଡିର ମୋହିନୀ ନାୟକ ୧୯୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ସସ୍ମିତା ଗୁମାନସିଂହ ୭୩୭୯ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦିତାରେ କରିଥିଲେ । ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀ ୮ନଂ ଜୋନ ଜିଲାପରିଷଦଭାବେ ବିଜେଡିର ରୋନିତା ଦଳେଇ ୧୫୮୯୦ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ଜ୍ୟୋର୍ତିମୟୀ ଛୋଟରାୟ ୬୬୬୧ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନଧିକାର କରିଥିଲେ । ବିଜପିର ଝୁନା ସୁନ୍ଦରାୟ ୫୪୦୭ ଖଣ୍ଡ ପାଇ ତୃତୀୟସ୍ଥାନ ଅଧିକାର କରିଛନ୍ତି । ରୋନିତା ୧୧୨୨୯ ଖଣ୍ଡ ଭୋଟରେ ଜ୍ୟୋର୍ତିମୟୀଙ୍କୁ ପରାସ୍ତ କରିଥିଲେ ।  ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଯୋନ ନଂ୮ ର ୭ଟି ପଞ୍ଚାୟତର ବିଜୟୀ ପ୍ରାର୍ଥୀ ଯଥାକ୍ରମେ-

ପଞ୍ଚାୟତର ନାମ          ସରପଞ୍ଚ                ସମିତିସଭ୍ୟ

କନ୍ତିଆ-                       ମନୋଜ ବେହେରା                         ଭୀମସେନ ଭୂଜବଳ

ଛଣଘର-                    ସୁବାଷିନୀ ବିଶ୍ୱାଳ                        ସତ୍ୟଭାମା ରାଉତରାୟ

ଜାମୁକୋଳି-                  ଗିତାଜଂଳୀ ରାଉଳ                      ଜ୍ୟୋତ୍ସାରାନୀ ଦାସ    

ପ୍ରଧାନସାହୀ-                ଅନାମଚରଣ ସେନାପତି                   ଶୁଭଲକ୍ଷ୍ମୀ ପରିଡା

ପଚୁଂପଲୀ-                  ବନଜା ଜେନା                              ଇତିଶ୍ରୀ ଜେନା

ମଦନପୁର-                ରଶ୍ମିରଂଜନ ବେହେରା                     ଅଜିତ ସାମନ୍ତରାୟ

ଜାଂଳା-                     ଶ୍ରଦ୍ଧାଜଂଳୀ ବେହେରା                    ଯମୁନାରାଣୀ ବେହେରା  

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧/୩/୨୦୨୨—୭,୨୦  

 Sakhigopal News, 1/3/2022


Blog Archive

Popular Posts