ବିଭିନ୍ନଶୈବ ପୀଠରେ ଶିବରାତ୍ରି ପାଳନ ସହ ପ୍ରଭୃଙ୍କ ଦର୍ଶନ ଭକ୍ତଙ୍କ ଭିଡ
Crowds of devotees flock to various Shaiva temples to celebrate Shivratri
ଭଞ୍ଜନଗର--- କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ବିଭିନ୍ନ ଶୈବ ପିଠ ରେ ତାଲା ଝୁଲିବା ସହ ପ୍ରଭୃଙ୍କ ଦର୍ଶନ ନିମନ୍ତେ ଭକ୍ତ ଙ୍କୁ ପ୍ରଶାସନ ବାରଣ କରା ଯାଇ ଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ କୌଣସି କଟକଣା ନ ଥିବାରୁ ବିଭିନ୍ନ ଶୈବ ପୀଠକୁ ସାଜସଜ୍ଜା କରାଯାଉଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସର କୁ ସଫା ସୁତୁରା କରିବା ସହ ଭକ୍ତ ପାଇଁ ଛାମୁଡ଼ିଆଁ,ପାନୀୟ ଜଳର ବ୍ୟବସ୍ଥା, ଆଲୋକିକରଣ ବ୍ୟବସ୍ଥା,ପାର୍କିଂ ବ୍ୟବସ୍ଥା,ନାମକିତ୍ତନ କରାଯାଇଥିବା ମନ୍ଦିର ପରିଚାଳନା କମିଟି ର ସଭାପତି କହିଛନ୍ତି। ତାହା ସହ ଶିବରାତ୍ର ଦିନ ଭୋର ସକାଳୁ ପ୍ରଭୁଙ୍କ ନିତିକାନ୍ତି ଭାବେ ପୂଜା ଅର୍ଚ୍ଚନା କରାଯାଇଥିଲା। କରୋନା କଟକଣା କୁ ନଜରରେ ରଖି ଭକ୍ତ ମାନେ କିଭଳି ଦର୍ଶନ କରିପାରିବେ ସେଥିପ୍ରତି କମିଟି ଦୃଷ୍ଟି ଦେବାପାଇଁ କୁହାଯାଇଛି। ରାତ୍ର ୧୧.୩୦ ମିନଟ ରେ ମହାଦୀପ ଉଠାଯିବା ର କାର୍ଯ୍ୟକ୍ରମ ରହିଥିବା ବେଳେ ୨୪ ଘଣ୍ଟିଆ ନାମ ସଂର୍କିତନ କରାଯାଇଛି। ଏ ନେଇ ଥାନା ଅଧିକାରୀ ଧୀରେନ କୁମାର ଦାଶ କହିଛନ୍ତି ଯେ ଗହଳି କୁ ନଜରରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ କର୍ମଚାରୀ ଙ୍କୁ ବିଭିନ୍ନ ଶୈବ ପିଠରେ ନିୟୋଜିତ କରାଯିବା ସହ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ଦାସ ସୁଚନା ଦେଇଛନ୍ତି । ବିଭିନ୍ନ ଶୈବ ପୀଠ ଗୁଡିକ ଭଞ୍ଜନଗର ସହରରେ ଥିବା ବେଲେଶ୍ବର ,ବାଲୁଙ୍କେଶ୍ୱର,ଢୁଢୁଆ ବାଞ୍ଚେଶ୍ବର,ଭଞ୍ଜନଗର ପଞ୍ଚୁ ଲିଙ୍କେଶ୍ବର ସମେତ ବିଭିନ୍ନ ଶୈବ ପୀଠରେ ଦୀପଦାନ ଆୟୋଜିତ କରାଯାଇଥିଲା ।ଉକ୍ତଙ୍କ ଲୁଗାରେ ନିଆଁ ଯେପରି ନଲାଗିବ ତାହାରି ଉପରେ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁକଡା ନଜର ରଖାଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।ବିଭାଗ ପକ୍ଷରୁ ବିଭିନ୍ନ ଶୈବ ପୀଠମାନକୁ ପେଟ୍ରୋଲିଂ ମଧ୍ୟ କଡାକଡି କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧/୩/୨୦୨୨---୮,୪୫
Sakhigopal News,1/3/2022