ଖୋର୍ଦ୍ଧାରୋଡ ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ, ବିପୁଳ ପରିମାଣର ମୋବାଇଲ ଫୋନ ଜବତ
ଜଟଣୀ---- ବର୍ଷ ବର୍ଷଧରି ଷ୍ଟେସନରେ ଟ୍ରେନଗୁଡିକରୁ ଯାତ୍ରୀମାନଙ୍କଠାରୁ ମୋବାଇଲ ଫୋନ ଲୁଟ କରିଆସୁଥିବା ଲୁଟେରାକୁ ଏସଟିଏଫ ଟିମ ଓ ରେଳସୂରକ୍ଷାବଳ ଟିମ ମିଳିତଭାବେ ଚଢାଉକରି ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ସମୟରେ ତାଠାରୁ ବିପୁଳ ପରିମାଣର ମୋବାଇଲ ଫୋନ ଜବତ ହୋଇିଥିବା ବେଳେ ଆହୁରି ବହୁ ମୋବାଇଲ ଫୋନ ବିିକ୍ରି କରିଦେଇଥିବା ସ୍ୱିକାର କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଖୋର୍ଦ୍ଧାରୋଡ ରେଳସୁରକ୍ଷାବଳ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଭିଜନାଲ ଏସଟିଏଫ ଟିମ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧାଜିଲା ବାଣପୁର ଥାନା ଅନ୍ତର୍ଗତ କୁମ୍ଭକାରଡିହ ଗ୍ରାମର ଜଗନ୍ନାଥ ପଣ୍ଡା(୨୬) । ସୁଚନାଯେ, ଖୋର୍ଦ୍ଧାରୋଡ ରେଳଷ୍ଟେସନରେ ଯାତ୍ରୀମାନେ ନିକଟରେ ମୋବାଇଲ ଫୋନ
ରଖିଥିବା ଦେଖିବାମାତ୍ରେ ଏହାକୁ ଲୁଟେରା ଜଗନ୍ନାଥ ଟାର୍ଗେଟ କରି ଲୁଟ କରୁଥିଲା । ଯାତ୍ରୀମାନେ ଷ୍ଟେସନରେ ମୋବାଇଲ ଫୋନ ଚାର୍ଜରେ ବସାଇଥିବା କିମ୍ବା ଟ୍ରେନରେ ଯାତ୍ରୀଙ୍କ ଭିଡର ସୁଯୋଗ ନେଇ ମୋବାଇଲ ଫୋନ ଲୁଟୁଥିଲା ବୋଲି ଜଣାପଡିଛି । ବିଭିନ୍ନ ସମୟରେ ଲଗାତରଭାବେ ମୋବାଇଲ ଫୋନ ଲୁଟ ହେଉଥିବା ନେଇ ଖୋର୍ଦ୍ଧାରୋଡ ରେଳସୁରକ୍ଷାବଳ ଓ ଜିଆରପି ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଅଭିଯୁକ୍ତ ଜଗନ୍ନାଥ ବିଶେଷଭାବେ ହାୱଡା- ଯଶବନ୍ତପୁର ଏକ୍ସପ୍ରେସ, ହାୱଡା-ଚେନାଇ ମେଲ ଓ କରୋମଣ୍ଡଳ ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରିଥାଏ । ଏହି ଟ୍ରେନଗୁଡିକ ବିଶେଷଭାବେ ରାତି, ବିଳମ୍ବିତ ରାତି ଓ ଭୋର ସମୟରେ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଁଚିଥାଏ । ତେଣୁ ଯାତ୍ରୀମାନେ ବିଶ୍ରାମ ନେଉଥିବା ବେଳେ ଲୁଟିବାଲାଗି ପ୍ରୟାସ କରିଥାଏ ବୋଲି କହିଛି । ଗତ ଶନିବାର କୈାଣସି ସୁତ୍ରରୁ ଖବରପାଇ ଖୋର୍ଦ୍ଧାରୋଡ ଡିଭିଜନାଲ ଏସଟିଏଫ ଟିମର ଏସଆଇ ବି.ଡି ସୁତାର, ହେଡ କନେଷ୍ଟବଳ ଜେ.କେ ମହାନ୍ତି, କନେଷ୍ଟବଳ ଏସ କେ ପ୍ରଧାନ, ବି ରାଉତ, ଏସ ସାହୁ ଓ ଆରକେ ନାୟକ ପ୍ରମୁଖ ମିଳିତଭାବେ ଅତର୍କିତ ଚଢାଉ କରିଥିଲେ । ଚଢାଉ ସମୟରେ ଜଗନ୍ନାଥ ଘଟଣାସ୍ଥଳରୁ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ଏସଟିଏଫର ଏହି ଟିମ ମାଡି ବସିଥିଲା । ଘଟଣାସ୍ଥଳରୁ ଏସଟିଏଫ ଟିମ ଜଗନ୍ନାଥକୁ ଗିରଫକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ତାଠାରୁ ୬୩ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଏନେଇ ଏସଟିଏଫ ଟିମ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କୁହାଯାଇଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧/୩/୨୦୨୨---୭,୦୫
Sakhigopal News, 1/3/2022