୧୯୯୨ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ
1922 Matric Batch Friendship
ସାକ୍ଷୀଗୋପାଳ-- ପୁରୀ ଜିଲ୍ଲା ନିମାପଡା ବ୍ଳକ ଅନ୍ତର୍ଗତ ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲର ୧୯୯୨ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କନିଆଁକୁଦର ଲୋକନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯଇଛି । ଏହି ବନ୍ଧୁ ମିଳନରେ ପ୍ରାୟ୪୫ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବୈଠକ ଆରମ୍ଭରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ସ୍ୱର୍ଗତ ବୈଦ୍ୟନାଥ ବାଶଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଥିବା ପୁରାତନ ଛାତ୍ର ଛାତ୍ର ମାନେ ସେହିଦିନର ଅଭୁଲା ସ୍କୃତିକୁ ସାଉଁଟିଥିଲେ । ଏଥିରେ ଅମ୍ବିକା ଦାଶ, କିଷ୍ଣାଚନ୍ଦ୍ର ଦାଶ, ମହୋଶ ନନ୍ଦ, ପଙ୍କଜିନି ମହାପାତ୍ର, ନିବେଦି୍ା ମିଶ୍ର, କୁବେର ନାଥ ପ୍ରମୁଖ ବନ୍ଧୁମିଳନ ପରିଚାଳନାରେସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୩/୨୦୨୨---୬,୪୦
Sakhigopal News, 8/3/2022