ଦିବଂଗତ ପ୍ରଶାନ୍ତ ପ୍ରଧାନ ଙ୍କ ଅକାଳ ବିୟୋଗରେ ସ୍ମୃତି ଚାରଣ ସଭା
Remembrance meeting for the untimely death of the late Pacific Chief.
ଡେଲାଙ୍ଗ ---ଯୁବସୁଲଭ ପ୍ରତିଭା ଦିବଂଗତ ପ୍ରଶାନ୍ତ ପ୍ରଧାନ ଙ୍କ ଅକାଳ ବିୟୋଗରେ ନିଜ ଜନ୍ମଭୂମି ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଡୁପାଇଲୋ ଗ୍ରାମରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏକାଦଶାହ ଅବସରରେ ଗ୍ରାମ୍ୟ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବି ରଶାନ୍ତ କିଶୋର ପରିଡ଼ା ଏହି ସ୍ମୃତି ଚାରଣ ସଭା ରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ବଡ କାଳୁଚରଣ ଉଚ୍ଚ ବିଦ୍ୟାଳୟ, ଟିଗିରିଆ,କଣାସର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ, ସରକାରୀ ଉ:ପ୍ରା ବିଦ୍ୟାଳୟ,ଗୁଡୁପାଇଲୋ ର ପ୍ରଧାନଶିକ୍ଷକ ଦିଲ୍ଲୀପ ପ୍ରଧାନ,ଗୁଆଳିପଡା ଗ୍ରା:ପ ର ପ୍ରାକ୍ତନ ସରପଞ୍ଚ କାଳନ୍ଦୀ ଚରଣ ଜେନା, ସମାଜସେବୀ ପ୍ରଭାସ ପରିଡା,ଗ୍ରାମର ବରିଷ୍ଠ ତଥା ଅଭିଜ୍ଞ ନାଗରିକ କୁମର ସାହୁ, ଶଙ୍କର ଜେନା, ସମାଜସେବୀ ଦିଲ୍ଲୀପ ପ୍ରଧାନ, ବୀରେନ୍ଦ୍ର କୂଅଁର ଓ ପ୍ରମୁଖ ଯୁବବନ୍ଧୁ ତଥା ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହି ତାଙ୍କର ଅମଳିନ ଯଶ ଓ କୀର୍ତ୍ତି ଗାନ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିବା ସହ ନୀରବ ପ୍ରାର୍ଥନା କରିଥିଲେ । ଗାଁ ର ପୁଅ, ଶିକ୍ଷକ ତଥା ପ୍ରବାଚକ ସୁଧୀର କୁମାର ଜେନା ସଭାପରିଚାଳନା କରିବା ସହିତ ଉପସ୍ଥିତ ଶୋକସନ୍ତପ୍ତ ପରିବାରବର୍ଗକୁ ଆଶ୍ୱାସନା ଦେଇଥିଲେ ।

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୮/୩/୨୦୨୨---୬,୫୫
Sakhigopal News,8/3/2022