Breaking News

ଧାନ ଟ୍ରକ କେନାଲ ମଧ୍ୟକୁ ଓଲଟିଲା; ଅଳ୍ପକେ ବର୍ତ୍ତିଲେ ଚାଳକ

The rice truck overturned into the canal; The driver was slightly injured.


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକରକେତକୀପାଟଣା ଠାରୁ ଚାରିଶ୍ରୀ ରାସ୍ତାରେ ଯାଉଥିବା ଏକ ଧାନ ବୋଝୋଇ ଟ୍ରକ କେନାଲ ମଧ୍ୟକୁ ଓଲଟି ପଡିଛି । ଅଳ୍ପକେ ବତ୍ତିଯାଇଛନ୍ତି ଗାଡି ଚାଳକ । ଉକ୍ତ ରାସ୍ତାରେ ସିଆରୋ ମଣ୍ଡିରୁ ଧାନ ନେଇ ଓଡି, ୧୩ ଏଲ, ୦୭୫୭ ଟ୍ରକଟି ପ୍ରାୟ ୩ଶହବସ୍ତା ଧାନ ନେଇ ଚନ୍ଦନପୁର ମିଲକୁ ଆସୁଥିଲା । ଗାଡିର ହେଲପର ନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡି ମଧ୍ୟରୁ ଗାଡି ଚାଳକଙ୍କୁ  ଉଦ୍ଦାର କରିବା ବେଳକୁ ତାଙ୍କର ମୁଣ୍ଡ ଫାଟି ସେ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ପାଖ ବାଲିପୁଟ ମେଡିକାଲକୁ ନିଆଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୩/୨୦୨୨--୬,୪୦ 

Sakhigopal News, 8/3/2022

Blog Archive

Popular Posts