ନାୟକ ଫାଉଣ୍ଡେସନ ପକ୍ଷରୁ ମାନବତାଧର୍ମ ସମ୍ପର୍କରେ ଆଲୋଚନା
Discussions on humanitarian issues on behalf of the Nayak Foundation
ଭଞ୍ଜନଗର-- ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମପଞ୍ଚାୟତ ର ପାହାଡ଼ ଉପରେ ଅବସ୍ଥିତ ଦୁର୍ଗମ ଗ୍ରାମ ଦୁରିଙ୍ଗି ଓ ଜିରିପଡ଼ା ଠାରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଉପସ୍ଥିତ
ଭଞ୍ଜନଗର-- ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମପଞ୍ଚାୟତ ର ପାହାଡ଼ ଉପରେ ଅବସ୍ଥିତ ଦୁର୍ଗମ ଗ୍ରାମ ଦୁରିଙ୍ଗି ଓ ଜିରିପଡ଼ା ଠାରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଉପସ୍ଥିତ
ବୁଦ୍ଧିଜୀବୀବର୍ଗଙ୍କ ସହିତ ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ମାନବତାଧର୍ମ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ।ଯୁକ୍ତରାଜ୍ୟରେ ଅବସ୍ଥାନ କରୁଥିବା
ନାୟକ ଫାଉଣ୍ଡେସନର, ୟୁକେର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥାବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ, ୟୁକେ ଡ.ମଳୟ କୁମାର ନାୟକ ଏହି ସହାୟତା ପ୍ରଦାନ କରିଥିବାରୁ ଉପସ୍ଥିତ ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ପ୍ରଶଂସା କରିଥିଲେ ।ଏହି ଅବସରରେ ଡ. ନାୟକ ପରବର୍ତ୍ତୀ ସମୟରେ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆଞ୍ଚଳିକ ବିକାଶ ଉପରେ ନାୟକ ଫାଉଣ୍ଡେସନ ଗୁରୁତ୍ୱ ଦେବ ବୋଲି କହିଥିଲେ ।ବିଶ୍ବ ଓଡ଼ିଶାର ସାଧାରଣ ସମ୍ପାଦକ ତଥା ପରିଚାଳନା ନ୍ୟାସୀ ମନୋଜ ମନ୍ମୟ ଏହି ମାନବତା ଅଭିଯାନ କ୍ରମରେ ବିଶ୍ୱରେ ସଂଘଟିତ ଯୁଦ୍ଧ ପରିସ୍ଥିତିରେ ମାନବିକତା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ନାୟକ ଫାଉଣ୍ଡେସନ ର ନିର୍ଦ୍ଦେଶକ ମୋନାଲିସା ନାୟକ, ସଭ୍ୟ ମୟଙ୍କ ନାୟକ (ମ୍ୟାକ୍ସ), ବିଶ୍ୱଜିତ ମହାନ୍ତି, ଲୀନା ଭଞ୍ଜ, ସାମାଜିକ କର୍ମୀ ଶୂଳପାଣି ଶତପଥୀ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୨---୮,୪୫
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୨---୮,୪୫
Sakhigopal News,1/3/2022