Breaking News

ଜାଗରଯାତ୍ରା ଅବସରରେ ବିଭିନ୍ନ ଶୈବପୀଠ ଗୁଡିକ ଚଳଚଞ୍ଚଳ

 Various shrines are bustling during the wake


ସାକ୍ଷୀଗୋପାଳ --- ରୁଦ୍ରାଭିଷେକ, ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ, ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନରେ ଶୈବପୀଠ ଗୁଡିକରେ ଆଧାତ୍ମିକ ପରିବେଷସୃଷ୍ଟି ହୋଇଥିଲା ।  ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି ଓ ବିଭିନ୍ନ ରୋଗରୁମୁକ୍ତ ହୋଇଥାନ୍ତି । ଏହି ଅବସରରେ  ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ବିଭିନ୍ନ ଶୈବପୀଠ ଗୁଡିକରେ  ବେଳପତ୍ର, ଫୁଲ, ନଡିଆ ଭୋଗ ସହିତ କେତକୀ ଲାଗି କରିବା ପାଇଁ ଭକ୍ତଙ୍କର ଗହଳି ଲାଗିଥିଲା ।  ଶୈବପୀଠରେ  ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା । ଶୈବପୀଠ ନିକଟରେ ଫୁଲ, ଦ୍ୱୀପ, ଭୋଗ ଦେକାନ ସହିତ ବିଭିନ୍ନ ଛୋଟ ବଡ ଦେକାନ ଖୋଲିଥିଲା ।

ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।  ସତ୍ୟବାଦୀର ବରାଳ ବାଲେୁଙ୍କେଶ୍ୱର ଦେବ, ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ।  ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା ।  ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ  ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୨---୬,୫୦ 

 Sakhigopal News, 1/3/2022

Blog Archive

Popular Posts