ମନ୍ଦିରର ତାଲାଭାଙ୍ଗି ଲୁଟ
The temple is locked and looted
ଜଟଣୀ--- ଜଟଣୀଥାନା ଅନ୍ତର୍ଗତ ବିକାଶନଗରସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ବିଳମ୍ବିତ ରାତିରେ କେହି ଦୁର୍ବୁତ ସମସ୍ତ ପୂଜା ସାମଗ୍ରୀ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରତିଦିନଭଳି ସୋମବାର ଲକ୍ଷ୍ମୀନାରାୟଣ ମନ୍ଦିରକୁ ସ୍ଥାନୀୟ କେତେକ ମହିଳା ପୂଜା କରିବାକୁ ଆସିଥିଲେ । ଏନେଇ ପୂଜକଙ୍କୁ ଡକାଯାଇଥିଲା । ପୂଜକ ଆସିବାପରେ ମନ୍ଦିରରେ ପଡିଥିବା ତାଲାଭାଙ୍ଗି ତଳେ ପଡିଥିବା ବେଳେ ପୂଜାଲାଗି ବ୍ୟବହୃତ ପିତଳ ଘଂଟ ୬ଟିି, ପିତଳ ଥାଳି ୨ଟା, ପିତଳ ସିହାଂସନ, ପିତଳହାଣ୍ଡି ୪ଟି ଇତ୍ୟାଦି ପିତଳ ସାମଗ୍ରୀ ଲୁଟି ନେଇଥିବା ବେଳେ ଦାନବାକ୍ସ ମଧ୍ୟ ଲୁଟ ହୋଇଯାଇଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଅବଗତ କରିଥିଲେ । କମିଟି ଏନେଇ ଏକ ଲିଖିତ ଅଭିଯୋଗ ଜଟଣୀଥାନାରେ କରିଛନ୍ତି । ଏନେଇ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୮/୩/୨୦୨୨---୭,୧୦ Sakhigopal News, 8/3/2022