Breaking News

ପୈାର ନିର୍ବାଚନ ପାଇଁ ନାମାଙ୍କନ: ଅନ୍ତିମ ଦିନରେ ୫୭ କାଉନସିଲର ଓ ୮ ପୈାରାଧ୍ୟକ୍ଷଙ୍କ ପ୍ରାର୍ଥୀପତ୍ର ଦାଖଲ

 Nominations for the Pyaar Election: Candidates nominated by 57 councilors and four Pyaarayats on the last day


ଜଟଣୀ---- ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୈାରାଞ୍ଚଳଗୁଡିକରେ ପୈାରନିର୍ବାଚନଲାଗି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜଟଣୀ ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡଗୁଡିକ ଚଳଞ୍ଚଚଳ ହୋଇ ପଡିଛି ।  ଚଳିତ ୨୪ ତାରିଖରେ ପୈାରନିର୍ବାଚନ ହେବାଲାଗି ଦିନଧାର୍ଯ୍ୟ କରାଯାଇଥିବା ବେଳେ ଆଜି  ନାମାଙ୍କନର ଅନ୍ତିମ  ଦିନରେ ୫୭ଜଣ କାଉନସିଲର ଓ ୫ଜଣ ପୈାରାଧ୍ୟକ୍ଷ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ୧୦ଟି କାଉନସିଲରପାଇଁ ଫର୍ମ ବିକ୍ରୀ ହୋଇଛି । ସୋମବାର ୬ଷ୍ଠ ତଥା ଅନ୍ତିମ ଦିନ ସୁଧା ମୋଟ କାଉନସିଲରଲାଗି ୧୦୫ଟି ଫର୍ମ ବିକ୍ରୀ ହୋଇଥିବା ବେଳେ ୯ଟି ପୈାରାଧ୍ୟକ୍ଷ ପାଇଁ ଫର୍ମ ବିକ୍ରି ହୋଇଥିବା ପୈାରକାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି । ସେହି କ୍ରମରେ ଆଜି ସୁଧା ମୋଟ ୮୭ଜଣ କାଉନସିଲରପାଇଁ ନାମାଙ୍କନ କରିଥିବା ବେଳେ ୮ଟି ପୈାରାଧ୍ୟକ୍ଷଲାଗି ନାମାଙ୍କନ କରିଛନ୍ତି । ସୋମବାର ତଥା ୭ ତାରିଖ ନାମାଙ୍କନର ଶେଷ ଦିବସ ହୋଇଥିବାରୁ ଆଜି ବିଜେଡି, କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ କରିବାକୁ ଆସିଥିଲେ ।

ବିଜେଡିର ରାଜ୍ୟସଭା ସାଂସଦ ମୁନା ଖାଁ, ଜିଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ସହିତ ସମସ୍ତ କର୍ମକର୍ତାମାନେ ବାଜାବାଣ ରୋଶଣୀ ମାଧ୍ୟମରେ ସମର୍ଥୀତ ଆଶାୟୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ କରିବାକୁ ଆସିଥିଲେ । ସେହିପରି ବିଜେପି ଦଳ ପକ୍ଷରୁ ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ବିଧାୟକ ଆଶାୟୀ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନାଙ୍କ ସହିତ ସ୍ଥାନୀୟ ବିଜେପି କର୍ମିମାନେ ଦଳମତ ହୋଇ ନାମାଙ୍କନ କରିବାଲାଗି ଆଶାୟୀ ପ୍ରାର୍ଥୀମାନଙ୍କ ସହିତ ଆସିଥିଲେ ।

ସେହିପରି କଂଗ୍ରେସଦଳ ପକ୍ଷରୁ  କଂଗ୍ରେସର ବରିଷ୍ଠନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ନାଗରୀକ କମିଟିର ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟ, ସମ୍ପାଦକ କଳିଙ୍ଗ ସାହୁ,ନଗର ସଭାପତି ଅଶୋକ ମଙ୍ଗରାଜ ଓ ଅନ୍ୟାନ୍ୟ କର୍ମକର୍ତାମାନଙ୍କ ସହିତ ଆଶାୟୀ ସମର୍ଥୀତ ପ୍ରାର୍ଥୀମାନଙ୍କୁ ନେଇ ନାମାଙ୍କନ କରିଥିଲେ ।


ତେଣୁ ଆଜି ଜଟଣୀ ପୈାରପରିଷଦ ଆଜି ଜନସମୁଦ୍ର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଭୂବନେଶ୍ୱର ଉପଜିଲାପାଳଙ୍କ ତତ୍ୱାବଧାନରେ ତହସିଲଦାର,ଅତିରିକ୍ତ ତହସିଲଦାର,ବିଡିଓ ଇତ୍ୟାଦିଙ୍କୁ ନେଇ ୪ଜଣିଆ ଟିମର ୪ଟି ଦଳ ନାମାଙ୍କନପାଇଁ ରହିଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୮/୩/୨୦୨୨---୬,୫୦  Sakhigopal News, 8/3/2022


Blog Archive

Popular Posts