Breaking News

ଜଟଣୀ ପୈାର ପରିଷଦ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କଲେ ଦୁଇ ସାମ୍ବାଦିକ

Two journalists filed their nomination papers in the Jatani Payar council elections



ଜଟଣୀ---- ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୈାରପରିଷଦ ନିର୍ବାଚନପାଇଁ ଚଳିତ ୨ତାରିଖଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଅନ୍ତିମ ଦିବସ । ଏହି ପ୍ରରିପ୍ରେକ୍ଷୀରେ ଆଜି ଜଟଣୀର ଦୁଇଜଣ କର୍ତବ୍ୟରତ ସାମ୍ବାଦିକ ଅଂଚଳର ସମାଜସେବୀ ଓ ସମର୍ଥକଙ୍କ ସହିତ ପୈାରକାର୍ଯ୍ୟାଳୟ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉଭୟେ ସ୍ୱାଧୀନଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜଣେ ଅଧ୍ୟକ୍ଷ ପାଇଁ ଏବଂ ଆଉ ଜଣେ କାଉନସିଲରଲାଗି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା କହିଛନ୍ତି । ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୮ ମଧୁସୂଦନନଗରରେ ରହୁଥିବା ରଙ୍ଗନାଥ ବେହେରା ଆଜି ପୈାରାଧ୍ୟକ୍ଷଲାଗି ନାମାଙ୍କନ କରିଥିବା ବେଳେ ୱାର୍ଡ ନଂ ୧୫ ହାଟବଜାରର ରବିନ୍ଦ୍ରନାଥ ମହାକୁଡ ଉକ୍ତ ୱାର୍ଡର କାଉନସିଲରପାଇଁ ନାମାଙ୍କନ କରିଛନ୍ତି । ପୈାରକାର୍ଯ୍ୟାଳୟ ସଭାଗୃହ ପରିସରରେ ନାମାଙ୍କପତ୍ର ଦାଖଲ ଗୃହରେ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ତତ୍ୱାବଧାନରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି ।  ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୮/୩/୨୦୨୨  Sakhigopal News, 8/3/2022


Blog Archive

Popular Posts