ନାବାଳିକା ପୁତ୍ର ଜନ୍ମ କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
The main accused in the case of giving birth to a minor son has been arrested
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଜଣେ ନାବାଳିକା ଶିଶୁପୁତ୍ର ଜନ୍ମ ଦେବା ପରେ ଏହା ଲୋକଲୋଚନକୁ ଆସିଥିଲା । ଏପରିକି ଏହାକୁ ନେଇ ନାବାଳିକାଙ୍କ ମା ଡେଲାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା ୨୮୧/୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ନାବାଳିକା ପୀଡିତାଙ୍କ ବୟାନ ଅନୁଯାୟୀ ଏକ ଯୁବକଙ୍କୁ ସନ୍ଦେହ କରି ଡେଲାଙ୍ଗ ଥାନାରେ ଅଟକ ରଖାଯାଇଥିଲା । ଉକ୍ତ ଯୁବକ ଜଣଙ୍କ ଏହି ଘଟଣାରେ ସମ୍ପୁକ୍ତଥିବା ଜଣାପଡିବା ପରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅନିଲ କୁମାର ମହାନ୍ତିଙ୍କ ଠାରୁ ସୁଚନା ମିଳିଛିି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୧---୧୦,୩୦
Sakhigopal News, 11/12/2021