ଓଡ଼ିଶା ଅଣ ଗେଜେଟେଡ଼ ବନ ସେବା ସଂଘ ,ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ସାଧାରଣ ବୈଠକ
Orissa Non-Gazetted Forest Service Association, Sambalpur Kendupatra Kendupatra Forest General Assembly
ବରଗଡ଼----ବରଗଡ ଜିଲ୍ଲା ଗୋଡ଼ଭଗା କେନ୍ଦୁପତ୍ର ରେଞ୍ଜ ଅଫିସ କେମ୍ପସ ରେ ଓଡ଼ିଶା ଅଣ ଗେଜେଟେଡ଼ ବନ ସେବା ସଂଘ ,ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଜଗବନ୍ଧୁ ପାତ୍ର, ରାଜ୍ୟ ସଭାପତି ONGFSA ଖମାରି ଜୋନାଲ ସଭାପତି ,ସମ୍ବଲପୁର ,ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଯଶୋବନ୍ତ ରଣବିଡା, ଶ୍ରୀ ରୋହିତ ଧାରୁଆ ବନଖଣ୍ଡ ସାଧାରଣ ସମ୍ପାଦକ, ଶ୍ରୀ ସମ୍ବାରୁ ଜାନୀ ଏସିଏଫ୍ ,ଉଲୁଣ୍ଡା, ଶ୍ରୀ ହାରାଧନ ଭୋଇ ଗୋଡ଼ଭାଗା ବନାଞ୍ଚଳ ଅଧିକାରୀ ,କେନ୍ଦୁପତ୍ର ଉପସ୍ଥିତ ଥିଲେ।ଏହି ସଭାରେ ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ର ବନପାଳ ଏବଂ ବନରକ୍ଷୀ ମାନେ ଅଂଶଗ୍ରହଣ କରିଥିଲେ। ସଭା ଆରମ୍ଭରୁ ମା ସମଲେଶ୍ବରୀ ଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ସମସ୍ତେ ସହିଦ ହୋଇଥିବା ଜେନେରାଲ ବିପିନ ରାଵତ ଏବଂ ତାଙ୍କ ସହଯୋଗୀ ତଥା ସହିଦ ହୋଇଥିବା ବନ କର୍ମଚାରୀ ବୃନ୍ଦ ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇ ଥିଲା। ରାଜ୍ୟ ସଭାପତି ଶ୍ରୀ ପାତ୍ର ସଂଘର ବିଭିନ୍ନ ସମସ୍ୟା ଉପରେ ନିଜ ମତ ଦେଇ ତାର ସମାଧାନ ଉପରେ ସଂଘର ଆଭିମୁଖ୍ୟ ନେଇ ନିଜର ମତ ରଖିବା ସାଙ୍ଗକୁ ସଙ୍ଘର ସୁଫଳ ଏବଂ ସଂଗଠନ କୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ।ଶ୍ରୀ ମୋନାଲିସା ବାବୁ ବନପାଳ ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୨/୨୦୨୧---୯,୪୫ Sakhigopal News,11/12/2021