ତାରସିଂ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ
ଭଞ୍ଜନଗର--- ତାରସିଂ ଥାନା ଆମ ପୋଲିସ ସମିତି ତରଫରୁ ତାରସିଂ ପଞ୍ଚାୟତର ତେଲଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଏଏସଆଇ ଉଦୟ ନାଥ ସାହୁ ,ତାରସିଂ ସରପଞ୍ଚ ଲିପିକା ସ୍ବାଇଁ,ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମିତି ସଭ୍ୟ ବାଳଗୋପାଳ ଦଳବେହେରା ,ଜିଲ୍ଲା ପରିଷଦ ପ୍ରତିନିଧି ରଙ୍କନିଧି ପାତ୍ର,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ଦଳବେହେରା,ତାରସିଂ ପ୍ରଧାନଶିକ୍ଷକ ଶିବରାମ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଦିବାସୀ ଅଧୁଷିତ ତଥା ଉପାନ୍ତ ଅଞ୍ଚଳ ରେ ଗୁଣିଗାରେଡି ଭଳି ଦୁର୍ବଳ ମାନସିକତା , ଅନେକ ସମୟରେ ସାମାଜିକ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଓ ଜନସାଧାରଣ କୁ ସଚେତନତା କରାଯାଇଥିଲା । ଏହାସହ ହେଲମେଟ ବ୍ୟବହାର ,ପିଲିଥିନ ବ୍ୟବହାର ନକରିବା,ମଦ ଠାରୁ ଦୂରେଇ ରହିବା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ତାରସିଂ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ଆମ ପୁଲିସ ସମିତି ତରଫରୁ ବୈଠକ କରାଯାଇ ଗୁଣିଗାରେଡ଼ି ,ମଦ ଉପରେ ଜନସାଧାରଣଙ୍କ ସଚେତନତା କରାଇବା ସହ ଅସାମାଜିକ ବ୍ୟକ୍ତିଙ୍କ ଦୈରାମ୍ୟ କୁ କିପରି ରୋକା ଯାଇପାରିବ ତାହାରି ଉପରେ ଜନସାଧାରଣଙ୍କୁ ସଚେତନତା କରାଯିବ ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୧---୮,୧୦
Sakhigopal News,14/12/2021


