Breaking News

ବାଲିଗୁଡା ଉପଖଣ୍ଡ କାରାଗାର ରୁ ଜଣେ କଏଦୀ ଫେରାର

An inmate has returned from the Baliguda sub-district jail.
 କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାର ରୁ ଜଣେ କଏଦୀ ଫେରାର । ଫେରାର ହୋଇଥିବା କଏଦୀ ଜଣକ ହେଲେ ବ୍ରାହ୍ମଣିଗାଁ ଥାନା ଅଞ୍ଚଳର ଟୁକୁନା ମାଳି । ଟୁକୁନା ଙ୍କ ବୟସ ୩୮ ବର୍ଷ ବୋଲି ଜଣା ପଡିଛି । ସେ ବ୍ରାହ୍ମଣି ଗାଁ ର ଏକ ହତ୍ୟା ଘଟଣା ରେ ଦୀର୍ଘ ଦେଢ଼ ବର୍ଷ ହେବ ବାଲିଗୁଡା ଉପଖଣ୍ଡ କାରାଗାର ରେ ବିଚାରଧୀନ କଏଦୀ ଭାବରେ ରହି ଆସୁଥିଲେ  ।  ଜେଲ କର୍ତ୍ତୃପକ୍ଷ ଓ ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ କୁ ଚକମା ଦେଇ କାରାଗାର ରୁ ଚମ୍ପଟ ମାରିବା ରେ ସଫଳ ହୋଇଛି ଟୁକୁନା  । ତେବେ କଏଦୀ ଟୁକୁନା କିପରି ଓ କେଉଁ ପରିସ୍ଥିତି ରେ ଜେଲ ରୁ ଫେରାର ହେଲେ ସେ ନେଇ ଉପଖଣ୍ଡ କାରାଗାରର ସୁପରିଟେଣ୍ଡେଣ୍ଟ  ଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଟୁକୁନା ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ଜାରି ରହିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୪/୧୨/୨୦୨୧----୮,୧୫ Sakhigopal News,14/12/2021

Blog Archive

Popular Posts