Breaking News

ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ



 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମରଥିବା ଗତେଶ୍ୱର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଓ କମିଟିର ସଭାପତିଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଚରଣ ଜେନା, ସହକାରୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ମହେନ୍ଦ୍ର ବିଶ୍ୱାଳ ଓ ପୂର୍ବତନ ସଭାପତି ବ୍ରହ୍ମାନନ୍ଦ ପରିଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶେଷ କରି ରାଜନୀତି ଠାରୁ  ମଣିଷ କିଆରି କାରଖାନାକୁ କିପରି ଦୁରେ ଇ ରଖାଯିବା ସହ ବିଦ୍ୟାଳୟର ଉନ୍ନତି ସହ ପିଲା ମାନଙ୍କର ଶିକ୍ଷାରେ କିପରି ଉନ୍ନତି ହେବ ସେ ଦିଗପ୍ରତି ସମସ୍ତେ ନଜର ଦେବାକୁ  ଯୋଗଦେଇଥିବା ଅତିଥି ମାନେ ମତପ୍ରକାଶ କରିଥିଲେ । ଶିକ୍ଷକ ଶ୍ରୀଧର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷୟତ୍ରୀ  ଗୀତାରାଣୀ ସେଠୀ, ଶିକ୍ଷକ ନିରଞ୍ଜନ ସାହୁ, ମନୋରଞ୍ଜନ ଜେନା, ଜଗବନ୍ଧୁ ବେହେରା, ସତ୍ୟନାରାୟଣ ସୋରେନ, ସୁଧୀର ଜେନାଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ଉତ୍ସବକୁ ମନେ ରଖିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ରେଞ୍ଚ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୧---୮,୩୦ 

 Sakhigopal News, 1/12/2021

Blog Archive

Popular Posts