Breaking News

ଗୋବିନ୍ଦଜୀଉ ଗୋଶାଳାରେ ଗୋଷ୍ଠାଷ୍ଟମୀ ଉତ୍ସବ ଅନୁଷ୍ଠିତ =


Gosthastami Utsav is held at Govindjiu Goshala

 ସାକ୍ଷୀଗୋପାଳ ------ ପୁରାଣ ଶାସ୍ତ୍ରରେ ଲିଖିତ ରହିଛି ଗୋ ମାତାଙ୍କ ଶରୀରରେ ୩୩କୋଟି ଦେବତା ବାସ କରନ୍ତି । ଗୋ ମାତାଙ୍କୁ ସବୁ ବେଳେ ହିନ୍ଦୁ ଧର୍ମରେ ପୂଜା ପାଇ ଆସିଥାନ୍ତି ।   ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋ ମାତାଙ୍କୁ  ପୂଜା କରିଲେ ବହୁ ପୁଣ୍ୟ ମିଳଥାଏ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ।  ସତ୍ୟବାଦୀ  ବ୍ଳକ ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ମହାବଳପଡା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ ଗୋଶାଳାରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ  ପୂଜାଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରେ ଥିବା ଗୋ ମାତା ମାନଙ୍କୁ ସକାଳୁ ଗାଧୁଆ ପାଧୁଆ କରିବା ସହ ହଳଦୀ.ଚନ୍ଦନ, ସିନ୍ଦୁର ଓ ଫୁଲମାଳ ରେ ସଜାଯାଇଥିଲା । ପଣ୍ଡିତ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ଗୋଶାଳା ପରିସରରେ ଏକ ଗୋମୟରେ ଗୋ ଯଜ୍ଞ ଓ ଗୋପୂଜନ କରାଯାଇଥିଲା ।
ପରେ ପରେ ବିଶ୍ୱରୁ ମହାମାରୀ କରୋନାରୁ ମୁକ୍ତ କରିବା ପାଇଁ ଯଜ୍ଞରେ ଘୃତ ଆହୂତି ପ୍ରଦାନ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଭାବେ ଗୋ ସେବକ ରାମସୁରୁ ବାବୁ   କାର୍ଯ୍ୟ ସମାପନ କରିଥିଲେ । ଉପସ୍ଥିତ ଥିବା ଗୋ ସେବକ= ଭକ୍ତ ମାନେ ନିଜ ନିଜ ହାତରେ ଗୋ ମାତା ମାନଙ୍କୁ  ଗୋଶାଳା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା  ମିଠା ଲଡୁ ଖାଇବାକୁ ଦେଇଥିଲେ ।  ଗୋ ମହାତ୍ମା ସମ୍ବନ୍ଦରେ  ଗବେଷଧ  ସୁମନ୍ତ କୁମାର ପ୍ରଧାନ, ବିଭୁତି ଭୂଷଣ ସାମନ୍ତସିଂହାର, ସୁଧୀର କୁମାର ଚର୍କବତ୍ତିୀ , ବୁଧିନାଥ ମଲିକ, ଲିଙ୍ଗରାଜ ବର, ଫଗୁ ଚରଣ ପରିଡା, ରାମଚନ୍ଦ୍ର ସ୍ୱାଇଁ,ଅରବିନ୍ଦ ଦାଶ, ସଂଜୟ ପରିଡା ଓ  ଅନ୍ୟ ମାନେ ନିଜର ବକ୍ତବ୍ୟ ରଖିଥଲେ ।  ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  । ଶେଷରେ ସମୁହ ପ୍ରସାଦ ସେବନ କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୧/୨୦୨୧----- ୬,୦୦ 

  Sakhigopal News, 11/11/2021

Blog Archive

Popular Posts