Breaking News

ଜଟଣୀରେ କାଉ ଓ ପାରା ମଡକ

Crows and mercury in Jatani


ଜଟଣୀ---- ଖୋର୍ଦ୍ଧାଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ବୋତଳଙ୍ଗା ଗ୍ରାମରେ କାଉ ମଡକ ଦେଖାଦେଇଥିବା ବେଳେ ବୁଧବାର = ଜଟଣୀ ଅଂଚଳରେ ପାରା ମଡକ ଦେଖାଦେଇଥିଲା । ସହରର ବିଭିନ୍ନ ସ୍ଥାନରେ ପାରାଗୁଡିକ ମରି ପଡିଥିବା ଦେଖିବାକୁ ମିଳିଥିଲା । ଜଟଣୀ ପୈାରପରିଷଦ ଅନ୍ତର୍ଗତ ବାଛରାମୁଣ୍ଡିଆ, କ୍ୟାଥଲିକ ଚର୍ଚ୍ଚ ନିକଟ, ମାଣିଆଛକ ରେଳଧାରଣା କଡ ନିକଟ ଇତ୍ୟାଦି ଅଂଚଳରେ ପାରାମାନେ ମରି ପଡିଥିଲେ । ଏନେଇ  ଅଂଚଳବାସୀ ଭୟଭିତ ହୋଇଛନ୍ତି । ଏହି ପକ୍ଷୀ ମଡକ ପ୍ରାୟତଃ ପ୍ରତିବର୍ଷ ଶୀତଦିନରେ ଆସିଥାଏ । କୁକୁଡା,ବତକ ଓ  କାଉ ମଡକ ପରେ ବିଗତ ୩ବର୍ଷ ବ୍ୟବଧାନରେ ପୁଣି ଅଂଚଳରେ ପାରା ମଡକ ଦେଖିବାକୁ ମିଳିଛି । ଆଜି ଏହି ପାରାମାନଙ୍କ ଅକାଳରେ  ମରିପଡିଥିବା ନେଇ ଅଂଚଳବାସୀମାନେ ପ୍ରାଣିଧନ ବିଭାଗ ଅଧିକାରୀଙ୍କୁ ସୁଚନାଦେବା ପୁର୍ବରୁ ମୃତ ପାରାମାନଙ୍କୁ କୁକୁର, ବିଲେଇ ପ୍ରଭୃତି ସେଠାରୁ ନେଇ ପଳାଇଥିବା କହିଥିଲେ । ମଡକର କାରଣ ଜଣାପଡିନଥିଲେ ମଧ୍ୟ ବାର୍ଡଫ୍ଲୁ ଯୋଗୁଁ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି ।  

ଜଟଣୀରୁ ରଙ୍ଗନାଥ ବେହେରାଙ୍କ  ରିର୍ପୋଟ, ୧୦/୧୧/୨୦୨୧---୯.୫୦  

Sakhigopal News, 10/11/2021

Blog Archive

Popular Posts