ସର୍ବସାଧାରଣ ରାସ୍ତାକୁ ଅବରୋଧ,ଅଭିଯୋଗ ପରେ ବି ପ୍ରଶାସନ କାର୍ଯ୍ୟନୁଷ୍ଠାନ ଶୁନ୍ୟ
Public roadblocks, even after the allegations, have been dropped
ଜଟଣୀ--- ଜଟଣୀ ତହସିଲ ଅନ୍ତର୍ଗତ ଜାମୁକୋଳି ପଞ୍ଚା=ୟତର ମୁଣ୍ଡଳ ମୂଖ୍ୟରାସ୍ତା କଡରେ ଗତ ସପ୍ତାହରେ ଜଣେ ବ୍ୟକ୍ତି ସର୍ବସାଧାରଣ ରାସ୍ତା ଅବରୋଧକରି ବାଡ ପକାଇଥିଲେ । ବାଡ ପକାଇବା ସହିତ ସେଥିରେ ବିଭିନ୍ନ ବୃକ୍ଷ ଲଗାଇ ନିଜ ଅକ୍ତିଆରକୁ ନେଇଛନ୍ତି । = ସ୍ଥାନୀୟ କେତେକ ବ୍ୟକ୍ତି ପ୍ରଧାନସାହୀ ଆରଆଇଙ୍କୁ ପରୋକ୍ଷରେ ଅବଗତ କରାଇଛନ୍ତି । ଆରଆଇ କହିଲେ କାର୍ଯ୍ୟାଳୟ ଆସି ଅଭିଯୋଗ କରିବାପରେ ପଦକ୍ଷେପ ନିଆଯିବ । ଜବର ଦଖଲ କରିଥିବା = ବ୍ୟକ୍ତି ଜଣଙ୍କ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ତାଙ୍କ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି । ଅଭିଯୋଗ =କାରୀମାନେ ଗଣମାଧ୍ୟମ ପ୍ରତିନିଧୀମାନଙ୍କୁ ଅବଗତ କରିଥିଲେ । ଗଣମାଧ୍ୟମ ପ୍ରତିନିଧୀମାନେ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବାପରେ ଏ ସଂକ୍ରାନ୍ତରେ ଜଟଣୀ ତହସିଲଦାର ଓ ପ୍ରଧାନସାହୀ ଆରଆଇଙ୍କୁ ଅବଗତ କରିଥିଲେ । ଏହି ଘଟଣା ଗତ ସପ୍ତାହରୁ ଗଣମାଧ୍ୟମ ପ୍ରତିନିଧୀ ଓ ସ୍ଥାନୀୟ ବ୍ୟକ୍ତିମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଭିଯୋଗ ଶୁଣି ମଧ୍ୟ ଚୁପ ହୋଇବସିଛନ୍ତି । ବର୍ତମାନ ଏହି ସରକାରୀ ରାସ୍ତାକୁ ଅବରୋଧ କରି ସଂକୋଚିତ କରିବାପରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଉ=ଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜଟଣୀ ତହସିଲଦାର ଓ ଆରଆଇ ସରକାରୀ କର୍ମଚାରୀ ହୋଇ ସରକାରୀ ଧନକୁ ସୁରକ୍ଷା ଦେବାରେ ସଂପୁର୍ଣ୍ଣ ବିଫଳ । ଏହି ଦୁଇ ଅଧିକାରୀଙ୍କ ବିରୁଧରେ ଏକ ବଡଧରଣର ଗଣଆନ୍ଦୋଳନ= ମୁଣ୍ଡ ଟେକିବାକୁ ଯାଉଛି । = ଏନେଇ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଘଟଣାକୁ ନେଇ ମୁଁ ଆରଆଇଙ୍କୁ ସରଜମିନ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଛି । ସୁଚନାପାଇବାପରେ ପଦକ୍ଷେପ ନିଆଯିବ । ସରଜମିନ ତଦନ୍ତ କରିବାକୁ ନିର୍ଦ୍ଧେଶ ପାଇଥିବା ପ୍ରଧାନସାହୀ ଆରଆଇ କପିଳନାଥ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ତହସିଲଦାର ମୋତେ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ମୁଁ ତଦନ୍ତକରି ରିପୋର୍ଟ ଦେଇସାରିଛି । ଏହା ସହିତ ଅବରୋଧକାରୀମାନଙ୍କୁ ସେଠାରୁ ହଟିବାଲାଗି ନୋଟିସ ଜାରି କରାଯାଇଛି ବୋଲି କହନ୍ତି । ମାତ୍ର ସେମାନେ ଆଇନ କଥା ମାନୁନଥବାରୁ= ସେମାନଙ୍କ ବିରୁଧରେ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଚାରିବାରୁ ସେ ଚୁପ ହୋଇ ରହଇଥିଲେ । ଜ+ଟଣୀରୁ ରଙ୍ଗ ନାଥ ବେହେରାଙ୍କ ରିର୍ପୋଟ, ୧୦/୧୧/୨୦୨୧----୯,୪୫
Sakhigopal News, 10/11/2021