ନାସଖାଇ ମନ୍ଦିର ନିକଟରୁ ଲୁଟ୍ ଘଟଣା ରେ ; ଦୁଇ ଗିରଫ , ୫୦୦୦ ଟଙ୍କା ସହ ସ୍କୁଟି ଜବତ
ଭଞ୍ଜନଗର---ତାରାସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା - କଳିଙ୍ଗପଦର ଗାଁ ନିକଟ ନାସଖାଇ ମନ୍ଦିର ନିକଟରେ ଛୁରୀ ଓ ଭୂଜାଲି ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ଘଟଣା ରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ପ୍ରକାରେ ଗତ ଜୁଲାଇ ୨୨ ତାରିଖ ରେ ଏହି ଲୁଟ୍ ହୋଇଥିଲା । ବଡଗୁଣ୍ଡୁରିବାଡି ଗ୍ରାମର ଦିଲ୍ଲୀପ ପାତ୍ର ନାମକ ବ୍ୟକ୍ତି ବାଇକ୍ ରେ ଯାଉଥିବା ବେଳେ ନାସଖାଇ ମନ୍ଦିର ନିକଟରେ ଛୁରୀ ଓ ଭୂଜାଲି ଦେଖାଇ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ଏ ସମ୍ପର୍କରେ ତାରାସିଂ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ପୁଣି ସେହି ରାସ୍ତା ରେ ଶନିବାର ସକାଳେ ସଂପୃକ୍ତ ଯୁବକ ମାନେ ଚକ୍କର କାଟୁଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ତାରାସିଂ ଥାନା ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ କାବୁ କରିଥିଲେ । ପୋଲିସ ଥାନା କୁ ଆଣି ପଚରାଉଚରା କରିବା ସମୟରେ ଗତ ଲୁଟ ଘଟଣାରେ ସେମାନେ ସଂପୃକ୍ତ ଥିବା ମାନିଯାଇଥିଲେ । ସେମାନଙ୍କ ଠାରୁ ଗୋଟିଏ ସ୍କୁଟି ସହ ୫ ହଜାର ଟଙ୍କା ପୋଲିସ ଜବତ କରିବା ସହ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ତାରାସିଂ ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୯/୨୦୨୧----୧୦,୩୦
Sakhigopal News, 11/9/2021