Breaking News

୧୬୪ ଲିଟର ଦେଶୀମଦ ଜବତ , ଜଣେ ମହିଳା ସମେତ ୪ ଗିରଫ


 
ଭଞ୍ଜନଗର--  ଭଞ୍ଜନଗର ଥାନା ଅଞ୍ଚଳରେ ଯେତେ ଚଢ଼ାଉ କଲେ ବି କମୁନି  ଚୋରା ମଦ ପ୍ରସ୍ତୁତ କାରବାର । ମାଫିଆ ମାନେ ଯେକୈ।ଣସି ପ୍ରକାରେ ସେମାନଙ୍କ ଚୋରା କାରବାର ଚଳାଇ ଆସୁଛନ୍ତି । ହେଲେ ଏହି ଚୋରାମଦ ପ୍ରସ୍ତୁତ ରାକେଟ୍ କୁ ଦମନ କରିବା ପାଇଁ  ମାରାଥନ ଚଢାଉ କରୁଛି ଭଂଜନଗର  ଅବକାରୀ ବିଭାଗ ।  ଗଂଜାମ ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷକ ପ୍ରିତିଧାରା ନାୟକଙ୍କ ନେତୃତ୍ବରେ , ଭଂଜନଗର ବଡମରାଠୀସାହି ,ସାନପଥରା , ବଡକୋଦଣ୍ଡା ଓ ମୁଜାଗଡ ର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ  ୧୬୪ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିଲା । ଏହାସହ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ଉପକରଣ ଜବତ ସହ , ୫୦୦୦ ଲିଟର ପୋଚ ନଷ୍ଟ କରାଯାଇଛି । ସମସ୍ତ ଘଟଣାରେ ସଂପୃକ୍ତ ଥିବା ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି  । ଏ ସମ୍ପର୍କରେ ୬ଟି ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆସିକା  ଅବକାରୀ ବିଭାଗ ନିରୀକ୍ଷକ ଧିରେନ୍ଦ୍ର କୁମାର ବେହେରା   । ଏହି ଚଢାଉ ରେ  ଛତ୍ରପୁର ଭ୍ରାମ୍ୟମାଣ ଏସ୍.ଆଇ ଦୁର୍ଯୋଧନ ବେହେରା ,  ସହ-ନୀରିକ୍ଷକ ରବିନ୍ଦ୍ରନାଥ ବିଶ୍ବାଳ , ଏନ୍. ତ୍ରିପତି ରାଓ ,  ଓ ନୀଳାମ୍ବର ନାୟକ ପ୍ରମୁଖ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୧/୯/୨୦୨୧---୧୦,୩୫
 Sakhigopal News ,11/9/2021

Blog Archive

Popular Posts