ଗୋଟିଏ ରକ୍ତ, ତିନୋଟି ଜୀବନ" ଦେବାହାଲରେ ରକ୍ତଦାନ ଶିବିର
ଭେଡେନ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡ ପଞ୍ଚାୟତର ଦେବାହାଲ ଗ୍ରାମ ସ୍ଥିତ ଜୟ କିସାନ ପାଠାଗାର ଦ୍ୱାରା ଆୟୋଜିତ ଚତୁର୍ଥ ରକ୍ତଦାନ ଶିବିର ରେ ଅତିଥି ମାନଙ୍କ ବାର୍ତ୍ତା ଲୋକଙ୍କ ମନକୁ ବେଶ ଛୁଇଁ ଥିଲା । ଶିବିର ରେ ମୋଟ ୪୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଶିବିରକୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ଶିବ ନନ୍ଦ ଉଦଘାଟନ କରିଥିଲେ । ପାଠାଗାର ର ସଭାପତି କାଶୀଶ୍ୱର ବେହେରାଙ୍କ ପୌରହିତ୍ବ ଓ ଗ୍ରନ୍ଥଗାରୀ ବିନୟ କୁମାର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଶ୍ରୀ ନନ୍ଦ ମଣିଷ କିପରି ପୁରାତନ କୁ ପରକରି ନୂତନକୁ ଆପଣେଇ ଥାଏ ଓ ମଣିଷର ସାମାଜିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା Times of India ର ସମ୍ବଲପୁର ପ୍ରତିନିଧି ଶ୍ରୀ ସୁବ୍ରତ କୁମାର ମହାନ୍ତି ରକ୍ତଦାନ ର ମହତ୍ୱ ସହ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ପାଠାଗାର ର ଭୂମିକା କୁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟବକ୍ତା କ୍ରାଇମ୍ ବ୍ରାଞ୍ଚ ରାଉରକେଲା ଶାଖା ର ନିରୀକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ବେହେରା ଉପସ୍ଥିତ ଜନତାଙ୍କୁ ଶିଶୁ ମାନଙ୍କୁ ମୋବାଇଲ ଫୋନ ରୁ ଦୁରେଇ ରଖିବା ପାଇଁ ଉପଦେଶ ଦେବାସହ ମାଦକ ତଥା ନିଶାପାନ ରୁ ନିବୃତ ରହିବା ପାଇଁ ମତ ପ୍ରକାଶ କରିଥିଲେ । ଭିମସାର ରକ୍ତଭଣ୍ଡାର ର ଡାକ୍ତର ଶ୍ରୀ ପଙ୍କଜ କୁମାର ରକ୍ତଦାନ ର ଶରୀର ପ୍ରତି ଉପକାର ଉପରେ ଆଲୋକପାତ କରିଥିଲେ । ଶିବିର ରେ ମହିଳା ରକ୍ତଦାତାଙ୍କ ସଂଖ୍ୟା ବେଶ ଉତ୍ସାହଜନକ ଥିଲା । ୧୫ ଜଣ ମହିଳାଙ୍କ ସମେତ ମୋଟ ୪୫ ଜଣ ରକ୍ତଦାନ କରିଥିଲେ । କଳାପାଣି ଗ୍ରାମର ମହିଳା ରକ୍ତଦାତା ହରିପ୍ରିୟା କାଲୋ ଙ୍କୁ ପଚାଶ ରୁ ଉର୍ଦ୍ଧ ଥର ରକ୍ତଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ କରାଯାଇଥିଲା । ପାଠାଗାର ର ଉପସଭାପତି ନୀଳମାଧଵ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ନିତିନ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାର ର ସମସ୍ତ ସଦସ୍ୟ ତଥା ଦେବାହାଲ ଗ୍ରାମବାସି ସହଯୋଗ କରିଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୯/୨୦୨୧----୧୦,୫୦ Sakhigopal News,14/9/2021