Breaking News

ନୂଆଖାଇରେ ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ ବୃକ୍ଷରୋପଣ


 ଭେଡେନ--- ବରଗଡ ଜିଲ୍ଲା ଅନ୍ତର୍ଗତ ଝାରମୁଣ୍ଡାର ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ  ଅତାବିରା ବ୍ଳକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଅଧୀନ= ଘନଘାଟି ଠାରୁ ବାରପାହାଡ ଜଙ୍ଗଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଆମ୍ବ, ଲିମ୍ବ ଆଦି ଶତାଧିକ ବୃକ୍ଷ ରୋପଣ କରାଯାଇଛି । କ୍ଳବର ସୂଚନା ଓ ଲୋକ ସମ୍ପର୍କ ଦାୟତ୍ୱରେ ଥିବା ସଦସ୍ୟସୂନୀଲ ଗଡତିଆ , ସଭାପତି ଦୀପକ ଭୋଇ, ସମ୍ପାଦକ ସୁଧୀର ଭୋଇଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଦସ୍ୟଙ୍କ ସହିତ ଗ୍ରାମାବସୀ ମାନେ ସହଯୋଗ କରିଥିଲେ ।ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିର୍ପୋଟ, ୧୪/୯/୨୦୨୧=---୧୦,୩୦ 

 Sakhigopal News, 14/9/2021

Blog Archive

Popular Posts