ଟିହିକିପାଲି ଗ୍ରାମର ଭାମା ବାରିକ ତାଙ୍କ ପାଇଁ ସରକାରଙ୍କ ଆବସ ଯୋଜନା ସାତ ସପନ
ବରଗଡ଼--- ସରକାର ଗରିବ, ଦିନ ମଜୁରିଆ ଓ ବାସହରା ମାନଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି । ଯୋଜନା ଗୁଡିକ ତା ବାଟରେ ଯାଉଛି । ପ୍ରକୃତ ହିତାଧିକାରୀ ମାନେ ପାଇବାରୁ ଏବେ ବି ବଞ୍ଚିତ । ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ର ମହୁଲପାଲି ଗ୍ରା.ପ. ଟିହିକିପାଲି ଗ୍ରାମର ଭାମା ବାରିକ ବୟସ ୭୫ । ତାଙ୍କ ପୁଅ ସନ୍ତୋଷ ବାରିକ ବୟସ ୩୮, ବୋହୁ ଢାଲେଶ୍ବରୀ ବାରିକ ବୟସ ୩୬ ,ନାତି ଶିଭମ ବାରିକ ବୟସ ୪ ବର୍ଷ ଏ ପରିବାରର ଦୁଃଖ କହିଲେ ନ ସରେ। ଆକାଶରେ କଳାବାଦଲ ଦେଖିଲେ ପରିବାର ଙ୍କ ଆଖିରୁ ନିଦ ହଜିଯାଇଥାଏ ।ବର୍ଷା ଦିନରେ ଦଃଖର ସୀମା ଅଧୀକ ,ତାଲିକାରେ ନାମ ଥାଇ ମଧ୍ୟ ଏ ପରିବାର କୁ ଘର ଖଣ୍ଡିଏ ମିଲୁ ନାହିଁ । ଭେଡେନ ବ୍ଲକ ର ପୂର୍ବତନ ବି.ଡି.ଓ ଶ୍ରୀଯୁକ୍ତ ମୂରଲିଧର ନାୟକ ଏ ପରିବାର ଘର ପରିଦର୍ଶନ କରି ଆସିଥିଲେ ଓ ପଲିଥିନ ଖଣ୍ଡେ ଦେଇ ଘର ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ଏ ପର୍ଯ୍ୟନ୍ତ ଏହି ପରିବାର କୁ ଘର ମିଳୁନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କାହା ପାଇଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି? ଉକ୍ତ ପରିବାର ସରକାରୀ ଯୋଜନାରେ ସାମିଲ କରି ଭାମା ବାରିକ ପରିବାର କୁ ଘର ମିଳିଲେ ତାଙ୍କର ଦୁଃଖ ଦୂର ହେବ ବୋଲି ଭାମା ବାରିକ କହିଛନ୍ତି। ଏଥିରେ ଜନପ୍ରତିନିଧି, ସରକାରୀ ଅଫିସର ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଭାମା ବାରିକ ଅନୁରୋଧ କରିଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୯/୨୦୨୧ ---୧୧,୦୫
Sakhigopal News,14/9/2021