ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ବୀରକେଶର ବଲ୍ଲଭ ପରେ ସେବାୟତଙ୍କ ଦ୍ୱାରା ରତ୍ନସିଂହାସନ ଚତୁପାଶ୍ୱର୍ ପାଣି ପଡି ପୋଛାଯାଇଥିଲା । ମନ୍ଦିର ପଣ୍ଡିତ ଓ ପୁରୋହିତଙ୍କ ଦ୍ୱାରା ଭଦ୍ରମଣ୍ଡଳ କଟାଯାଇ ଜନ୍ମବିଧି କରାଯିବା ପରେ ମା ରାଧାରାଣିଙ୍କୁ ଅଭିମନ୍ତ୍ରିତ ହଳଦିପାଣିରେ ସ୍ନାନ କରାଯାଇଥିଲା । ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କୁ ପାଟବସ୍ତ୍ର ପରିଧାନ କରାଯିବା ସହ ବେଶ କରାଯିାଇଥିଲା । ପ୍ରଭୁଙ୍କ ମସ୍ତକରେ ସୁନାର କିରିଟି, ସୁନାର ବଂଶୀ, ହୀରାମୁଦି, କୁଣ୍ଡଳ, ଗଜମୁକ୍ତା, ସେବତୀମାଳ, ଚାପସରି ଗିନିମାଳି ଆଦି ବିଭିନ୍ନ ଅଳଙ୍କାର ପରିଧାନ କରିବା ସହିତ ମା ରାଧାଙ୍କୁ ମଧ୍ୟ ସେହିପରି ବିଭିନ୍ନ ସୁନା ଅଳଙ୍କାରେ ସୁସଜିତ କରାଯାଇଥିଲା । ଦ୍ୱୀପହର ଧୁପରେ ସ୍ୱତନ୍ତ୍ର ଭାବେ ୧୦୮ଟି ଜନ୍ମକେରା ଭୋଗ କରାଯାଇଥିଲା । ଅପରାହ୍ନରେ ଭକ୍ତ ମାନଙ୍କ ପାଇଁ ସାହାଣମେଲା ଦର୍ଶନ କରାଯାଥିଲା । ଏହି ଅବସରରେ ରାଧାଷ୍ଟମୀ କମିଟି ପକ୍ଷରୁ କେବଳ ମନ୍ଦିର ସମ୍ମୁଖରେ ମହାବୀର ମନ୍ଦିର ନିକଟରେ ହୋମ କରାଯାଇଥିଲା । ପ୍ରତିବର୍ଷ ରାଧାଷ୍ଟମୀ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ । ମାତ୍ର ଦୁଇ ବର୍ଷ ହୋଇଗଲା ମହାମାରୀ କରୋନା ଯୋଗୁ ସରକାର ଲାଗୁ କରିଥବା କୋଭିଡ-୧୯ ଗାଇଡି ଲାଇନି ଅନୁସାରେ କାର୍ଯ୍ୟକ୍ରମ କରାଯାଉଛି । ଏଥିଯୋଗୁ ସବୁ ସ୍ଥଗିତ ରଖାଯାଇଥିବା କମିଟି ପକ୍ଷରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୪/୯/୨୦୨୧---୬,୪୫
Sakhigopal News , 14/9/2021