ସତ୍ୟବାଦୀରେ ଲଘୁଚାପ ଜନିତ ବର୍ଷା ପାଣି ସ୍ଥିତି ପରଖିଲେ ବିଡିଓ
ସାକ୍ଷୀଗୋପାଳ=------ ସତ୍ୟବାଦୀ ବ୍ଳକରେ ଲଘୁଚାପ ଜନିତ ବର୍ଷା ଯୋଗୁ ବିଭିନ୍ନ ଗ୍ରାମ ରାସ୍ତା ଓ ବସ୍ତି ସହିତ ଗହିର ଗୁଡିକରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଦାସବିଦ୍ୟଧରପୁର ପଞ୍ଚାୟତର ଡିହପୁରଓ ଚିତଳପୁର ଗ୍ରାମ ଦାଣ୍ଡରେ ପାଣିର ସୁଅ ଚାଲିଛି । ସତ୍ୟବାଦୀ ତହସିଲଦାର ଦାୟତ୍ୱରେ ଥିବା ବିଡିଓ କ୍ଷୀରୋଦ କୁମାର ବେହେରା, ସାଣ୍ଢରା ଶାସନ, ପେଣ୍ଠପଡା, ମୂଳଅଳସା, ସମେଶ୍ୱରପୁର, ନରେନ୍ଦ୍ରପୁର, ଶ୍ରୀମରାଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର କିଛି ଅଂଶ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ଼ କରି ଫେରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ସଠିକ ସ୍ଥିତି ପରଖିବା ପାଇଁ ସମସ୍ତ ଆରଆଇ ମାନଙ୍କୁ ତହସିଲଦାର ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଭିନ୍ନ ପଞ୍ଚାୟତରେ ଧାନ ବିଲରେ ପାଣି ଲଡଡି ଭାଙ୍ଗୁଛି । ପାଣି ଛାଡିବା ବେଳକୁ ଦୁଇରୁ ତିନିଦିନ ଲାଗିଯିବ । ବିଶେଷ କରି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭାବନୀପୁର ଓ ନରେନ୍ଦ୍ରପୁର ଗ୍ରାମ ଗହିର ବିଶେଷ କ୍ଷତି ହେବ ବୋଲି ଚାଷୀ ମାନେକହନ୍ତି । ତୁରନ୍ତ ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବାକୁ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୪/୯/୨୦୨୧---୬,୫୦ Sakhigopal News, 14/9/2021