Breaking News

ଭଞ୍ଜନଗରରେ ଉପଲବ୍ଧ ହେବ ଅନଲାଇନ ବୁକିଂ

ଭଞ୍ଜନଗର---ଭଞ୍ଜନଗରରେ ଉପଲବ୍ଧ ହେବ ସ୍ମାର୍ଟ ସି.ଟିର ଅନୁଭବ, ସୁବିଧାରେ SMEW CAB ଯୋଗାଇବ ଅନଲାଇନ ବୁକିଂ ଯୋଗେ ମାତ୍ର ୧୫ ମିନିଟରେ ଯାତାୟାତ ନିମିତ୍ତ ଟାକ୍ସି,କାର ,ଅଟୋର ସୁବିଧା ମିଳିବ ା ଭୁବନେଶ୍ବର ପରେ ନିଜର ଦ୍ବିତୀୟ ଅଫିସର ଶୁଭାରମ୍ଭ କରିଛି ଭଞ୍ଜନଗର ବାଇପାସ୍ ରୋଡର ବିଜୁପଟ୍ଟନାୟକ ଛକ ଠାରେ ା ପ୍ରଶିକ୍ଷଣ ପ୍ରାପ୍ତ ଡ୍ରାଇଭର ଙ୍କ ସହାୟତାରେ ନ୍ୟାୟୋଚିତ ଦରରେ ଉତ୍ତମ ସେବା ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କଥା ଶୁଭାରମ୍ଭ  ଆୟୋଜିତ ବୈଠକରେ ମତ ରଖିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା କାହ୍ନୁଚରଣ ଗୌଡ ା ଏହି ସୁବିଧା ଆସନ୍ତା ତା୧୭ ତାରିଖ ଅର୍ଥାତ ପବିତ୍ର ବିଶ୍ବକର୍ମା ପୂଜା ଠାରୁ ଆରମ୍ଭ ହେବ ା ଲୋକମାନେ କମ୍ପାନୀ ଦ୍ବାରା ପ୍ରସ୍ତୁତ ଓ ଗୁଗୁଲ ପ୍ଳେ ଷ୍ଟୋରରେ ଉପଲବ୍ଧ SMEW CABର ଆପ୍ କୁ ବ୍ୟବହାର କରି ସହଜରେ ନିଜର ଲୋକେସନ ଦେଇ କେଉଁ ସ୍ଥାନକୁ ଯିବେ ତାହା ଲେଖିବା ମାତ୍ରକେ ସେହି ଆପରେ ଉଚିତ ଦର ମଧ୍ୟ ଦେଖାଇବ ଓ ପରେ ତାହାକୁ ବୁକିଂ କଲେ ସର୍ବାଧିକ ପନ୍ଦର ମିନିଟରେ ସେହି ବ୍ୟକ୍ତିଙ୍କ ପାଖରେ ଇଛା କରୁଥିବା ଗାଡି ଆସି ପହଞ୍ଚିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ା ସ୍ମିଉ କ୍ୟାବର ଆପ ମାଧ୍ୟମରେ ଅନଲାଇନ ବୁକିଂ ସହ 97761 60002 ,9938959111 ଏହି ନମ୍ବର ଦୁଇଟି ଜରିଆରେ ମଧ୍ୟ ଅଫଲାଇନ ଅର୍ଥାତ ଫୋନ କରିକି ବୁକିଂ କରାଯାଇ ପାରିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏହି ଶୁଭାରମ୍ଭ ନିମିତ୍ତ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ସମାଜସେବୀ ଶୂଳପାଣୀ ଶତପଥି ।  ଅନ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ଅଲୋଷ୍ଟା ରାଜ୍ୟ ସଭାୁପତି ଜଗବନ୍ଧୁ ଜେନା,ସାମ୍ବାଦିକ ବାବୁଲା ପ୍ରଧାନ, ଆଞ୍ଚଳିକ ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ,ସି.ଆର୍.ସି.ସି ତ୍ରିନାଥ ବେହେରା, ଅଭିନେତା ଆଶିଷ କୁମାର ଗୌଡ, କଣ୍ଠ ଶିଳ୍ପୀ ବିଶ୍ବଜିତ ମହାରଣା,ପ୍ରମୋଦ ପ୍ରଧାନ ପ୍ରମୁଖ ବ୍ୟକ୍ତି  ସ୍ମିଉ କ୍ୟାବର ଏହି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଭଞ୍ଜନଗରବାସୀ ଏହି ସୁବିଧାର ଲାଭ ଉଠାଇବେ ଏବଂ ସ୍ମାଟ ସିଟି ଗୁଡିକ ଭଳି ସୁବିଧା ମିଳିପାରିବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୯/୨୦୨୧---- ୭,୩୦ 
Sakhigopal News,10/9/2021

Blog Archive

Popular Posts