ଧାନ ବିଲରେ ପିଡିଆ ପକାଇବା ବେଳେ ଚାଷୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ଗୋବିନ୍ଦ ଜେନା (୭୦)ବର୍ଷ । ସେ ଜଣେ ସଂକୀର୍ତ୍ତନ ବାୟକ ଭାବେ ଆଖ ପାଖ ପଞ୍ଚାୟତରେ ବେଶ ପରିଚିତ । ନିଜ ବିଲରେ ସେ ପିଡିଆ ପକାଇବା ସମୟରେ ଓଲଟି ପଡିଥିଲେ । ପରିବାର ଲୋକମାନେ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପାଇ ଆଖ ପାଖ ଅଞ୍ଚଳର ବହୁ କଳାକାର ମାନେ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୧---- ୬,୪୫