Breaking News

ବିଲେଇବେରନା ଗ୍ରାମବାସୀ ନୂଆଁଖାଇ ପର୍ବ ପାଳନ କଲେ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଣ୍ଡା ପଞ୍ଚାୟତ ର ବିଲେଇବେରନା ଗ୍ରାମବାସୀ ଏକତ୍ର ହୋଇ ୯ ବର୍ଷ ହେଲା ନୂଆଁଖାଇ ପର୍ବ ପାଳିତ କରି ଆସୁଛନ୍ତି । ଏବର୍ଷ କରୋନା ମହାମାରୀ ଯୋଗୁଁ ସରକାରଙ୍କ କଟକଣା ଅନୁସାରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ପ୍ରକୃତି ପୂଜା ଓ ଭାଇଚାରା ର କୃଷି ଭିତ୍ତିକ '' ନୂଆଁଖାଇ,'' ପ୍ରତି ବର୍ଷ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏ ବର୍ଷ ମଧ୍ୟ ସମସ୍ତେ ନିଜ ନିଜ ଘରେ ଇଷ୍ଟ ଦେବୀଙ୍କୁ ନୂଆଁ ଚାଉଳ ରେ ଘରେ ପୂଜା କରି ଗାଁ ମଝିରେ ପିଲା ଛୁଆ ଠାରୁ ଆରମ୍ଭ କରି ସମସ୍ତେ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ । ଗ୍ରାମ ର ପୁଝାରୀ ଗାଁ ମଝିରେ ମାଁ ସମଲେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।
ପରେ ଖଏନୁ ଝାଙ୍କର ସମସ୍ତ ଙ୍କୁ ନୂଆଁ ଧାନର ଚାଉଳ ଓ ପଞ୍ଚାମୃତ ପ୍ରଦାନ କରିଥିଲେ । ସମସ୍ତେ ଏକା ସାଙ୍ଗରେ ପାନଚ ଆଙ୍ଗୁଠି ମିଶାଇ ନୂଆଁଖାଇ ଖାଇ ଥିଲେ। ଏହା ପରେ ଗ୍ରାମ ର ବୟସ୍କ ପୁରୁଷ ଓ ମହିଳା ମାନଙ୍କୁ ଛୋଟ ମାନେ ଜୁହାର୍ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତତଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହାପରେ କିରତନ, ଭଜନ, କବାଡି, ଖୋକୋ ଖେଳ ଅନୁଷ୍ଠିତ ହୋଇଥିଲା । 
ସଂନ୍ଧ୍ଯାରେ ରଂଗାରଂଗ କାର୍ଯ୍ୟକ୍ରମ ଅନୁୁୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର  ଯୁବଗୋଷ୍ଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।  ରାଜିବ ପାଣ୍ଡେ, ନିତେଇ ସନିଆସି, ଚକ୍ରପାଣି ଭୋଇ, ଗୋପ ଥାପା, ବୀର କଠାର, ଠେକୁ କୁଦେଇ, ବେଣୁପାଣି କଠାର, ହେମସାଗର ଭୋଇ, ଶିବ ଥପା ପ୍ରମୁଖ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ସୁରୁ ପାଣ୍ଡେ  ସମ୍ଭଲପୁରୀ ଭାଷାରେ କଥାଅଛି, '' ଜିଁ ଜାଗିଥିଲେ ବଛ ରେ ଅର୍ଥାତ୍ ଏ ବର୍ଷ ନୂଆଁ ଖାଇଲା.,ଜୀବନ ଥିଲେ ଆଗାମୀ ବର୍ଷ ସମଲେଶ୍ୱରୀ ଦୟା ପୁଣି ଏକାଠି ହେବା ବୋଲି କହିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୯/୨୦୨୧ -----୭,୧୫ Sakhigopal News,11/9/2021

Blog Archive

Popular Posts