ଗାଈ ମୃତ୍ୟୁ କୁ ନେଇ ରାସ୍ତାରୋକ
ଓଡଗାଁ :-- ଓଡଗାଁ ଏନଏସି ଅଞ୍ଚଳରେ ଗୋଟିଏ ଗାଈ ମୃତ୍ୟୁ ଘଟଣାକୁ ନେଇ କଦଳିବନ୍ଧ ନିକଟ ପେଟ୍ରୋଲ ଟାଙ୍କି ଠାରେ ପ୍ରାୟ ୪୫ ମିନଟ ଧରି ରାସ୍ତା ରୋକ ହୋଇଥିଲା । ସୂଚନା ଅନୁସାରେ ଓଡ଼ଗାଁ ମନ୍ଦିର ରୋଡ଼ରେ ରହୁଥିବା କୁମର ସାହୁଙ୍କ ଏକ ଗର୍ଭିଣୀ ଗାଈ ବଜାରରେ ବୁଲଚାଲ କରୁଥିବା ବେଳେ ଗତକାଲି କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲା । ହେଲେ ଗାଈର ଶବ ବ୍ୟବଚ୍ଛେଦ ନକରି ତାକୁ ଫୋପାଡି ଦିଆଯିବା କାରଣରୁ କୁମର ସାହୁ ଏବଂ ୨ ପୁଅ ପେଟ୍ରୋଲ ଟାଙ୍କି ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ଓଡ଼ଗାଁ ଥାନା ଏସ ଆଇ ସଞ୍ଜୟ କୁମାର ପରିଡ଼ା ସହକର୍ମୀମାନେ ପହଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟାଇ ଗମନାଗମନ ସ୍ବାଭାବିକ କରିଥିବା ବେଳେ ଦମକଳ ବାହିନୀ ପହଞ୍ଚି ରାସ୍ତା ଉପରୁ ନିଆଁ ଲିଭାଇ ଥିଲେ । ଏବଂ ରାସ୍ତାରୋକ କରି ସାଧାରଣ ଗମନାଗମନରେ ବାଧାସୃଷ୍ଟି କରିଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଓଡଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ,୧୧/୯/୨୦୨୧---୩,୧୫ Sakhigopal News, 11/9/2021