ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ସ୍ମରଣାର୍ଥେ ଆମ୍ବତୋଟା ର ଶୁଭାରମ୍ଭ
ଓଡଗାଁ:-- ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ସ୍ମରଣାର୍ଥେ ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ଆମ୍ବତୋଟା ର ଶୁଭାରମ୍ଭ ହୋଇଯାଇଛି। ଓଡଗାଁ ବ୍ଳକ ରଂଗଣୀପାଟଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଥିଲେ ଜୈବିକ କ୍ରୁଷି ପ୍ରେମୀ। ତେଣୁ ଏଥିପାଇଁ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ।ତାଙ୍କ ସ୍ମରଣାର୍ଥେ ଆଜି ଆମ୍ବତୋଟା ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଡ. ଶ୍ରୀ ସାହୁ ପ୍ରଥମେ ଆମ୍ବ ଚାରା ରୋପଣ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଡ. ସାହୁଙ୍କ ସମେତ ପ୍ରଫେସର ରାଧାମୋହନ ଙ୍କ କନ୍ଯା ସାବରମତି, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ. ଏଚଡି, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସହକାରୀ ବନ ସଂରକ୍ଷକ ଶ୍ୱେତାଲିନା ସାହୁ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ଓଡଗାଁ ଆଦର୍ଶ ଥାନା ଅଧିକାରୀଣି ପ୍ରଜ୍ଞା ପାରମିତା ଜେନା, ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
ରିପୋର୍ଟ:-ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
:-୧୧/୯/୨୧ ---୧୨,୧୫
Sakhigopal News,11/9/2021