ସତ୍ୟବାଦୀ ବ୍ଳକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କଲେ ଜିଲ୍ଲାପାଳ
ସାକ୍ଷୀଗୋପାଳ-----= ସତ୍ୟବାଦୀ ବ୍ଳକର ୬ଟି ଗୋଟି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିବାସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ସମୀକ୍ଷା କରିଛନ୍ତି । କାର୍ଯ୍ୟର ଅଗ୍ରଗତି ବଡାଇବା ପାଇଁ ଦାୟତ୍ୱରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଜିଲ୍ଲାପାଳ ପ୍ରଥମେ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଗ୍ରାମୀଣ ପାର୍କ, ମିଶନଶକ୍ତି ଗୋଷ୍ଠୀ କେନ୍ଦ୍ର ଗୃହ, ପାଠାଗାର, ଖେଳ ପଡିଆ ଓ ଅଙ୍ଗନୱାଡି କେନ୍ଦ୍ର ବୁଲିକି ଦେଖିଥଲେ ।
ପରେ ବଳପୁର ଗ୍ରାମ ପଞ୍ଚାୟତର ପାଠଗାର ବୁଲିକି ଦେଖିଥିଲେ ଜିଲ୍ଲାପାଳ । ସେଠାରୁ ଗୁଆଳିଗୋରଡା ଗୋପବନ୍ଧୁ ଜନ୍ମପୀଠ ହାଇସ୍କୁଲ , ଜୟଦୁର୍ଗା ନୋଡାଲ ହାଇସ୍କୁଲ, ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମ, ତୁତୀୟାଦେବ ବିଦ୍ୟାନିକେତନ , ସତ୍ୟବାଦୀ ହାଇସ୍କୁଲ୫ଟି ଯୋଜନାରେ ବିଦ୍ୟାଳୟର ଉନ୍ନୟନ ମୂଳକ କାର୍ଯ୍ୟ ବୁଲିକି ଦେଖିଥଲେ । ପଞ୍ଚସଖା ଖେଳ ପଡିଆ, ପଞ୍ଚସଖା ପାଠାଗାର, ଗ୍ରାମୀଣ ପାର୍କ , ପଞ୍ଚସଖାଙ୍କ ସମାଧପୀଠ ବୁଲିକି ଦେଖିଥଲେ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର , ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା, ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ,ବ୍ଳକ ଶିକ୍ଷା ଅଧିକାରୀ ଜତେନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ, ବିଜେଡି ଜିଲ୍ଲା ସମ୍ପାଦକ ଦେବାଶିଷ ରାୟ, ଜେଇ ପ୍ରମର୍ଥା ମାର୍ଥା, ସିଡିପିଓରାଜଲକ୍ଷ୍ମୀ ଦାଶଙ୍କ ସହିତ ସୁପରଭାଇଜର ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ହାଇସ୍କୁଲ ପରିଦର୍ଶନ କରିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଘଟୁଆରୀ ବିଦ୍ୟାଳୟର ଛାତ ମରାମତି ସ୍ଥାୟତ୍ୱ ଉପରେ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ । ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ଜେଇଙ୍କୁ କହିଥିଲେ । ପରେ ପରେ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଏକ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କ ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ଆଲେଚନା କରିଥିଲେ । ତିନି ମାସ ମଧ୍ୟରେ ପଞ୍ଚାତରେ ଭଲ କାମ କରିବା ପାଇଁ ସରପଞ୍ଚ ମାନଙ୍କୁ କହିଥିଲେ । ଦୁଗଲ ସରପଞ୍ଚ ବ୍ଳକର ରାସ୍ତା ଓ ପାର୍କ ନିର୍ମାଣଧୀନ କାର୍ଯ୍ୟ ସରିଥିଲେ ମଧ୍ୟ ଏହାର ରକ୍ଷଣା ବେକ୍ଷଣ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ସେହିପରି ଶ୍ରୀରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି କେତେକ କାର୍ଯ୍ୟ ସମ୍ପର୍କେ ପ୍ରଶ୍ନ ଉଠାଇଥିଲେ । ବିଶ୍ୱନାଥପୁର ଓ ନୂଆ ସମେଶ୍ୱରପୁର ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ ପାର୍କ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଜମିର ଅଭାବ ବା ଜମିଥିଲେ ମଧ୍ୟ ଆଇନ ଦୃଷ୍ଟିରୁ ବନ୍ଦ ରହିଛି ବୋଲି କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୮/୨୦୨୧-----=୮,୪୦
Sakhigopal News, 17/8/2021