Breaking News

ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠା ର ଦ୍ଵିତୀୟ ବାର୍ଷିକୀ ଉତ୍ସବ ପାଳିତ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠା ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଦିବସ କୁ ମନେରଖିବା ଅବସରରେ ରେମଣ୍ଡା ସେବା ଶପଥ ସଂସ୍ଥା ଓ ଓଡ଼ିଶା ମୋ ପରିବାର ର ଜୀବନ ବିନ୍ଦୁ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।  ଏହି ଶିବିର ରେ ରେମଣ୍ଡା ସେବା ସଂସ୍ଥା ର ସଭାପତି ଶୁଶିଲ କୁମାର ଭୂଏ ସଭାପତିତ୍ବ କରିଥିଲେ। ସେବା ସଂସ୍ଥା ସଂପାଦକ ପ୍ରଭଂଜନ ଶତପଥୀ ବାର୍ଷିକ ବିବରଣୀ ପାଠ କରିବା ସହ ଶପଥ ସେବା ସଂସ୍ଥା ଗଢି ତୋଳିବା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ। ଏହି ଶିବିର ରେ ସମ୍ମାନୀତ ଅତିଥି ଭାବେ ଓଡିଶା ମୋ ପରିବାର ବରଗଡ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗ ଦାନ କରି ରକ୍ତଦାତା ମାନକୁଂ ଉତ୍ସାହିତ କରିଥିଲେ।  ରେମଣ୍ଡା ପୁର୍ବତନ ସରପଞ୍ଚ ଏକାଦଶୀଆ ହଟେଇ,  ଶୁକଦେବ ଶତପଥୀ, ଦୀପକ ଭୋଇ, ମୋହନ ଦୋରା, ଯଦୁମଣି ପ୍ରଧାନ, ଅବିନାଶ ଭୋଇ, ଦିନେଶ ପ୍ରଧାନ, ଅଙ୍କୁର ପ୍ରଧାନ, ନିରଞ୍ଜନ ଖମାରୀ, ବଲରାମ ବାଗ, ଯୋଗେଶ୍ଵର ଜେନା, ହୃଷୀକେଶ ଭୋଇ, ଲକି ମେହେର, ତନ୍ମୟ ସେଠ୍, ଯୁଗାନଂଦ ବାରିକ, ବିଶ୍ଵଜିତ କର, ବିରୋଜ ସାହୁ, ପ୍ରୋତ୍ସାହନ ଶତପଥୀ, ରମେଶ ପ୍ରଧାନ, ଚିନଙ୍କୁ ଭୋଇ ଓ କନିଷ୍କ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ।  ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା  ରକ୍ତ ଭଣ୍ଡାର ଡାକ୍ତର ତରଣୀସେନ ସେଠୀ, ବିଶ୍ଵନାଥ ପଟେଲ, କରୁଣା କର ସାହୁ, ପାଏନୁ ଭୋଇ, ପଇ ଗଣେଶ ପ୍ରଧାନ, ସଂଜୀବ ବେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ପରିଶେଷରେ ପ୍ରତାପ କୁମାର ବହିଦାର ରକ୍ତଦାନ ଶିବିର କୁ ଆସିଥିବା ଅତିଥି, ରକ୍ତଦାତା, ପରିଚାଳନା ସହଯୋଗ କରିଥିବା ଓ ସେବା ସଂସ୍ଥା ର ସମସ୍ତ ସଦସ୍ୟ ମାନଙ୍କୁଧନ୍ୟବାଦ ଅର୍ପଣ କରିଥିଲେ।  
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୮/୨୦୨୧,------୯,୦୦ Sakhigopal News,17/8/2021

Blog Archive

Popular Posts