ମା ରୁଦ୍ରାୟଣିଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଓ ତଳପାଟଣା ଦୁଇଟି ଗ୍ରାମ ଦେବତୀ ମା ରୁଦ୍ରାୟଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତିି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିଦିନ ଧରି ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଆଜି ପୂର୍ଣ୍ଣାହୂତି ହୋଇଯାଇଛି । ଏହି ଯଜ୍ଞରେ କର୍ତ୍ତା ଭାବେ ସୁନିଲ କୁମାର ପଣ୍ଡା ଓ କର୍ତ୍ତୀ ଭାବେ ଶୁଭଦର୍ଶୀ ପଣ୍ଡା କାର୍ଯ୍ୟ ତୁଳାଇଥିଲେ । ମୁଖ୍ୟ ପୁରୋହିତ ଭାବେ ଦେବରାଜ ପଣ୍ଡାଓ ତାଙ୍କ ସାଥୀ ମାନେଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ଶେଷ କରାଯାଇଥିଲା । ଏହି ଠାକୁରଣୀଙ୍କୁ ନେଇ ଜନମାନସରେ ଅନେକ କଥା ରହିଛି । ସେଥି ମଧ୍ୟରୁ ମନ୍ଦିର ନିକଟରେ ରତ୍ନଚିରା ନଦୀ ପ୍ରବାହିତ ହେଉଥିଲା । ସେ ସମୟରେ ଏହି ନଦୀ ଦେଇ ଡଙ୍ଗାରେ ବେପାର ବଣିଜ କରିବା ପାଇଁ ସାହୁକର ମାନେ ଯାଉଥିଲେ । ସେମାନଙ୍କ ମଧ୍ୟରୁ କେହି ଜଣେ ଏହି ଠାକୁରାଣୀଙ୍କୁ ଏଠାରେ ରଖି ଦେଇ ଯାଇଥବା ଶୁଣିବାକୁ ମିଳେ । ସେହିଦିନ ଠାରୁ ଦୁଇ ଗ୍ରାମର ଗ୍ରାମ ଦେବୀ ଭାବେ ପୂଜା ପାଇ ଆସୁଛନ୍ତି । ଏବେ ଗ୍ରାମାବସୀ ଓ ଯୁବକ ମାନଙ୍କ ସହଯୋଗରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇ ପାରିଛି । କାଦୁଆ ଗ୍ରାମର ସଭାପତି ଶଙ୍କର ସାହୁ, ତଳପାଟଣା ଗ୍ରାମର ସଭାପତି ସତ୍ୟବାଦୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୭/୮/୨୦୨୧---୮,୪୦
Sakhigopal News, 17/8/2021