Breaking News

ଜଟଣୀର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ



ଜଟଣୀ --ଜଟଣୀ ରେ ବିଭିନ୍ନ ସରକାରୀ ବେ ସରକାରୀ ଅନୁଷ୍ଠାନ ମାନଙ୍କରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଜଟଣୀ କୋର୍ଟ ପରିଷରରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋର୍ଟର ନ୍ୟାୟଧୀଶ ଧୃବି ଶୋଲାଙ୍କି ପତାକା ଉତ୍ତୋଳନ କରିଥିଲେ । ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ କୋର୍ଟ ପରିଷରରେ ଚାରା ରୋପଣ କରାଯାଇଥିଲା । ଜଟଣୀ ଅରୁଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଆଇଆଇଟି ଭୁବନେଶ୍ୱର ଡାଇରେକ୍ଟର ଆର. ଭି. ରାଜ କୁମାର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଜଟଣୀ ପ୍ରେସ କ୍ଲବ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ମୁଖ୍ୟଅତିଥୀ ରେଳବାଇ ଅବସରପ୍ରାପ୍ତ ଓ. ଏ. ଏସ. ଆଶୁତୋଷ ବ୍ରହ୍ମା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ରେସ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ସ୍ୱାଧୀନତା ଦିବସ ଉପରେ ଉଦବୋଧନ ଦେଇଥିଲେ । ଶେଷରେ ସ୍ଥାନୀୟ ବାସିନ୍ଦାଙ୍କୁ ମିଷ୍ଟାନ ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସ୍ୱସ୍ତିକ କ୍ୟାରିୟର ପଏଣ୍ଟ ପରିସରରେ ୭୫ତମ ସ୍ୱାଧୀନତା ଅବସରରେ ରେଳବାଇର ଅବସରପ୍ରାପ୍ତ ଓଏସ ଆଶୁତୋଷ ବ୍ରହ୍ମା ମୁଖ୍ୟ ଅତିଥୀ ରୂପେ ଯୋଗଦେଇ ପତାକା ଉତ୍ତଳୋନ କରିଥିଲେ । ସ୍ୱସ୍ତିକ କାରିୟର ପଏଣ୍ଟର ପ୍ରତିଷ୍ଠାତା ହେମନ୍ତ କୁମାର ସୁନ୍ଦରାୟ, ଶିକ୍ଷକ ସନ୍ତୋଷ କୁମାର ସାହୁ, ପାର୍ଥସାରଥୀ ରଥ, ଦୁର୍ଗା ପ୍ରସାଦ ମହାରଣା,ସୌରଭ କୁମାର ବଳ, ଅମିତ ତ୍ରିପାଠୀ, ରଚନା ଗୁପ୍ତା, ରାଜେଶ ଘୋଷ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେହିପରି ଭାବେ ଏହି ଦିବସରେ ପଦ୍ମଶ୍ରୀ ସୋସାଇଟିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଯୋଗେଶ ନାୟକ, ଗୌରୀ ପ୍ରସାଦ ସିଂ, ଶରତ ଚନ୍ଦ୍ର ଶାସ୍ତ୍ରୀ, ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ସମ୍ମାନରେ ସମ୍ମାନିତ କରାଯାଇଥିଲା । କରୋନା ଯୋଦ୍ଧାରୂପେ ଜଟଣୀ ତହସିଲଦାର ତପନ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି, ଜଟଣୀ ଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଆଞ୍ଚଳିକ ଅଟୋ ଆସୋସିଏସନର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥିରୂପେ ପାଣ୍ଡଵ ଜେନା ଫାଉଣ୍ଡେସନର ପ୍ରତିଷ୍ଠାତା ସନ୍ତୋଷ ଜେନା, ଆଇନଜୀବି ତଥା ପିପିଲି ଓ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ମହମ୍ମଦ ଇମାମୁଦ୍ଦିନ ଉପସ୍ଥିତିରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ଜଟଣୀର ଆଶ୍ରୟ, ୟୁଥ ଫେଡ଼ରେସନ, ୟୁଥ ଆକ୍ସନ, ସଫେଇ ମଜଦୁର ସଂଘ, ପ୍ରମୁଖ ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ମହା ଆନନ୍ଦରେ ପାଳିତ ହୋଇଯାଇଛି ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୮/୨୦୨୧----୫,୨୫   Sakhigopal News,17/8/2021

Blog Archive

Popular Posts