ସତ୍ୟବାଦୀରେ ମାସ୍କ ବଣ୍ଟନର ଶୁଭାରମ୍ଭ କଲେ ;ବିଧାୟକ ଶ୍ରୀ ସାମନ୍ତରାୟ
ସାକ୍ଷୀଗୋପାଳ------- ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବିଧାୟକ ତାଙ୍କ ଉନ୍ନୟନ ପାଣ୍ଠିରୁ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ ପ୍ରକିୟାର ଶୁଭାରମ୍ଭ କରିଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକରେ ମହାମାରୀ କରୋନା ସଂକ୍ରମଣ କମୁନାହିଁ । ଏହାକୁ ନଜର କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ସୋମବାର ଅପରାହ୍ନରେ ମହାସଂଘର ସଭାନେତ୍ରୀ ମାନଙ୍କୁ ଡକାଇ ମାସ୍କ ବଣ୍ଟନ କରିବା ସହ କରୋନା ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପା୍ମକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲା ମହିଳା ଉପସଭାନେତ୍ରୀ କନକଲତା ପଣ୍ଡା, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ହରପିୟା ( ବେହେରା ) ବେହେରା , ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡାଙ୍କ ସହିତ ଶଙ୍କର ପ୍ରଧାନ, ସୁବାଷ ପ୍ରଧାନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ । ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ଏହା ଆଗରୁ ସତ୍ୟବାଦୀ ବିଧାୟକ ଶ୍ରୀ ସମାନ୍ତରାୟ ସାକ୍ଷୀଗୋପାଳ ବଜାରରେ ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବା ସହ ସାନିଟାଇଜର ବଣ୍ଟନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୮/୨୦୨୧----୧,=୧୦
Sakhigopal News, 2/8/2021