Breaking News

ସରପଞ୍ଚଙ୍କୁ ବାସନ୍ଦ କଲେ ଗ୍ରାମବାସୀ , କଥା ହେଲେ ପାଞ୍ଚ ହଜାର ଟଙ୍କା ଓ ପାଞ୍ଚଥର ମୁଣ୍ଡିଆ ମାରିବ

 ସାକ୍ଷୀଗୋପାଳ-------= ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଏକ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କୁ  ୪ଟି ଗ୍ରାମବାସୀ ମାନେ ବାସନ୍ଦ କରିଛନ୍ତି । ଯାହାକି ଉକ୍ତ ଗ୍ରାମର ଯେଉଁ ବ୍ୟକ୍ତି ତାଙ୍କ ସହିତ କଥା ହେବାର ପ୍ରମାଣ ମିଳିବ ସେ ପରିବାର ଗ୍ରାମ କୋଠକୁ ପାଞ୍ଚ ହଜାର ଟଙ୍କା ଦେବା ସହ ପାଞ୍ଚଥର ଗ୍ରାମସଭାରେ ମୁଣ୍ଡିଆ ମାରିବାକୁ ପଡିବ ବୋଲି ନିସ୍ପତି ନିଆଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏ ସମ୍ପର୍କରେ  ସମସ୍ତେ ଅବଗତ ଥିଲେ ମଧ୍ୟ ସରପଞ୍ଚ ନିଜର ଇଜତ ଦୃଷ୍ଟିରୁ କାହାକୁ କିଛି କହି ପାରୁନାହାନ୍ତି ।  ସୁଚନାଯୋଗ୍ୟ ଯେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ପାଇବା ପାଇଁ ସରପଞ୍ଚ ହାତଗୁଞ୍ଜା ନେଉଥିବାରୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମ ଓ ବସ୍ତି ଗୁଡିକର କୌଣସି କାର୍ଯ୍ୟ ନ କରିବାରୁ ଶେଷରେ ଗ୍ରାମାବସୀ ମାନେ ଶେଷରେ ଏହି କଙ୍ଗାରୁ କୋର୍ଟ ମାଧ୍ୟମରେ ଏହି ନିସ୍ପତି ନେଇଛନ୍ତି । ଗ୍ରାମର ନାମ ବା ସରପଞ୍ଚଙ୍କ ନାମ କେତେକ କାରଣ ଯୋଗୁ ପ୍ରକାଶ କରାଯାଉନାହିଁ । ଯଦି ଲୋକମାନଙ୍କର ଚାହିଦା ବା ମେସେଜ ଆସେ ତା ହେଲେ ଆମେ ପତ୍ୟକ୍ଷ ନ ହେଲେ ମଧ୍ୟ ପରୋକ୍ଷ ଭାବେ ସୂଚନା ପ୍ରଦାନ କରିବୁ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୮/୨୦୨୧-----୧୦,୦୦  

 Sakhigopal News, 2/8/2021

Blog Archive

Popular Posts