Breaking News

ଅଂଶୁମାନ୍ ପ୍ରିୟଦର୍ଶନ ଅଂଶୁମାନ୍ ପ୍ରିୟଦର୍ଶନ ହେଲେ ୟୁଥ୍ ଫର୍ ଏକ୍ସନ୍ ଟିମର କନ୍ଧମାଳ ସଭାପତି



କନ୍ଧମାଳ:ରାଜ୍ଯରେ ଅବହେଳିତ ବର୍ଗଙ୍କୁ ମୁଖ୍ଯସ୍ରୋତ ସହ ଯୋଡିବା ତଥା ସମାଜର ଦୁଃଖୀ ଲୋକଙ୍କ ଆର୍ଥିକ ବିକାଶ ଓ ବେସାହାରା ଲୋକମାନଙ୍କୁ ସାହାର୍ଯ୍ଯର ହାତ ବଢାଇବା ପାଇଁ ଓଡି଼ଶାର ଯୁବକମାନଙ୍କୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରରେ ଗଠନ ହୋଇଥିବା ସାମାଜିକ ସଂଗଠନ ୟୁଥ୍ ଫର୍ ଏକ୍ସନ ଟିମର ପ୍ରଥମ ବୈଠକରେ ୨୪ ଜଣଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ପ୍ରଦାନ କପାଯାଇଛି । ସେହି କ୍ରମରେ କନ୍ଧମାଳ ଜିଲ୍ଲା ପାଇଁ ଯୁବ ସଂଗଠନ ଅଂଶୁମାନ୍ ପ୍ରିୟଦର୍ଶନଙ୍କୁ ମନୋନୀତ କରାଯାଇଛି । ସେହିପରି ସାନନ୍ଦ ମେହେରଙ୍କୁ ରାଜ୍ଯର ଉପସଭାପତି ପଦରେ ଦାୟିତ୍ୱ ନ୍ଯସ୍ତ କରାଯାଇଛି ।  ରାଜ୍ଯ ସଂଯୋଜକ ଦେବାଶିଷ ନାୟକ ଓ ସହ ସଂଯୋଜକ ସୁଜିତ୍ ସିଂ ଙ୍କ ଉପସ୍ଥିତିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମନୋନୀତ ସମସ୍ତ ଜିଲ୍ଲାର ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରି ଦାୟିତ୍ବ ଅର୍ପଣ କରିଛନ୍ତି ।  କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୮/୨୦୨୧-------୫,୨୦  Sakhigopal News, 17/8/2021

Blog Archive

Popular Posts