Breaking News

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ କଂଗ୍ରେସ ପକ୍ଷରୁ ଦାବିପତ୍ର


ବରଗଡ଼----   ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କା ଙ୍କ ତତ୍ବାବଧାନରେ   ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି କରିବା ନିମନ୍ତେ ଏକ ଦାବି ପତ୍ର ବରଗଡ _ଜିଲ୍ଲାଯୁବ _କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ_ସାହୁଙ୍କ ନେତୃତ୍ବରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଜିଲ୍ଲାପାଳ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସ ସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀରେ ଆବେଦନ ପାଇବାରୁ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗ ଙ୍କ ବୟସ ସୀମା ୩୨ ବର୍ଷ ଥିବାବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଚିମବଙ୍ଗ ଓ ମଧ୍ୟପ୍ରଦେଶ ରେ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଏହା ସତ୍ୟ ଯେ ଓଡ଼ିଶାରେ ସର୍ବୋଚ୍ଚ ବୟସ ୪୨ କୁ ସୀମା ବୃଦ୍ଧି କରାଗଲେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧିହେବା ଦରକାର । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଅଭିଳାଷ ପତି, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ପ୍ରିୟରଞ୍ଜନ ଦାସ, ଲକ୍ଷ୍ମନ ସୁନା, ବାବୁଲି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୧---୬,୧୫
 Sakhigopal News,3/8/2021

Blog Archive

Popular Posts